ମଦ ଜବତ, ୪ କୋର୍ଟ ଚାଲାଣ

zisanmohammad
0

କୋରେଇ : ଯାଜପୁରରୋଡ ଅବକାରୀ ବିଭାଗ  କୋରେଇ ଅଞ୍ଚଳରେ ଚଢ଼ଉ କରି ୧୦ ଲିଟର ଚୋରା ମଦ ଜବତ କରିବା ସହ ୪ ଜଣ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ଅଧିକାରୀ ରଜତ କୁମାର ପ୍ରହରାଜଙ୍କ ତତ୍ବାବଧାନରେ ଏକ ଟିମ୍ କୋରେଇ ଥାନା ଅନ୍ତର୍ଗତ କନ୍ତୋର ପଦ୍ମନାଭପୁରରେ ଚଢ଼ଉ କରି ଗିରିଧାରୀ ଓଝାଙ୍କ ପୁଅ ବିଜୟ ସମେତ ପାଣିକୋଇଲି ଥାନା ଅନ୍ତର୍ଗତ ଖମଣ ପଞ୍ଚାୟତ ନାଉଡ଼ୁପୁରରୁ ଦର୍ଶନ ସାହୁଙ୍କ ପୁଅ ମୁରଲୀଧର ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ କାଳନ୍ଦୀ ଏବଂ ଯାଜପୁରରୋଡ ଥାନା ଅନ୍ତର୍ଗତ ମୁଣ୍ତମାଳରୁ ନାଣ୍ତୁ ମଲିକଙ୍କ ପୁଅ ମଧୁସୂଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୫.୨୨ ଲିଟର ବିଦେଶୀ ଏବଂ ୫.୨୦ ଲିଟର ଦେଶୀମଦ ଜବତ କରାଯାଇଛି। ଅବକାରୀ ବିଭାଗ କେସ୍‌ ନମ୍ବର ୩/୧୯, ୩୯/୧୯, ୪୦/୧୯ ଓ ୪୧/୧୯ ରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ ପ୍ରସନ୍ନ କୁମାର ନାୟକ, ସୀତାକାନ୍ତ ମୁଦୁଲିଙ୍କ ସମେତ ଅଜୟ କୁମାର ଦାସ, ପ୍ରଦୋଷ କୁମାର ପରିଡ଼ା, ଶୁଭସ୍ମିତା ପ୍ରଧାନ, ସଂଗ୍ରାମ କେଶରୀ କୁଅଁର, କ୍ଷୀରୋଦ କୁମାର ସାହୁ, ଯଯାତୀ କେଶରୀ ପଣ୍ତା, ସରୋଜ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।



from ଜିଲ୍ଲା – Sambad https://ift.tt/2JynSJ6

Post a Comment

0Comments
Post a Comment (0)