
ରତ୍ନଗିରି: ଅତି ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାସ୍ଥିତ ତିଓ୍ଵାରେ ଜଳଭଣ୍ଡାରରେ ଘାଇ ହୋଇ ଯିବା ଯୋଗୁଁ ଛଅ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ସାତଟି ଗ୍ରାମରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଜଳଭଣ୍ଡାରରେ ଘାଇ ହେବା ପର ଠାରୁ ଛଅଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ବାକି ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପତ୍ତା ମିଳୁନାହିଁ।
ଜଳଭଣ୍ଡାରଟିର ଜଳ ଧାରଣ କ୍ଷମତା ହେଉଛି ୦. ୦୮ ଟିଏମ୍ସି।
ଜଳଭଣ୍ଡାର ପାଖକୁ ଲାଗିଥିବା ଗାଁରେ ଅନ୍ୟୁନ ୧୨ଟି ଘର ଭାସି ଯାଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ଦୁଇଟି ଏନ୍ଡିଆର୍ଏଫ୍ ଟିମ୍କୁ ପଠାଯାଇଛି। ଗୋଟିଏ ସିନ୍ଧୁଦୁର୍ଗ ଏବଂ ଅନ୍ୟଟି ପୁଣେରୁ। ବେସାମରିକ ପ୍ରଶାସନ, ପୁଲିସ ଏବଂ ସ୍ୱେଚ୍ଛାସେବୀମାନେ ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି।
ଗତ ୨୪ ଘଣ୍ଟା ହେବ ମୁଷଳଧାରାରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ଓ ଅନ୍ୟୂନ ୩୭ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି।
from ଦେଶ- ବିଦେଶ – Sambad https://ift.tt/2xt3G4A