ଶୀଘ୍ର ପୈଠ କରନ୍ତୁ ଟିକସ, ନଚେତ ବାଜିବ ଢ଼ୋଲ

zisanmohammad
0

ଲଖନଉ: ଟିକସ ଖିଲାପକାରୀଙ୍କ ପାଖରୁ ଟିକସ ଆଦାୟ କରିବାକୁ ଭିନ୍ନ ପନ୍ଥା ଆପଣାଇଛି ଲଖନଉ ନଗର ନିଗମ | ଘର ଟିକସ ଦେଉନଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଢ଼ୋଲ ବଜାଇ ଟିକସ ଆଦାୟ କରୁଥିବାର ନଜରକୁ ଆସିଛି | ମଙ୍ଗଳବାର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା | ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି ହେବା ସହ ଟିକସ ମଧ୍ୟ ଆଦାୟ ହୋଇଥିଲା |

କୌଣସି ବିବାହ କାର୍ଯ୍ୟକ୍ରମ ହେଲେ ସାଧାରଣତଃ ଘର ବାହାରେ ଢୋଲ, ମହୁରୀ ବାଜିଥାଏ | ଯାହାକି ଲୋକଙ୍କୁ ଆକୃଷ୍ଟ କରିବା ସହ ଏକ ମାଙ୍ଗଳିକ ମୁହୂର୍ତ୍ତର ଅନୁଭବ କରାଇଥାଏ | କିନ୍ତୁ ଲଖନଉ ନଗର ନିଗମ ଦୀର୍ଘଦିନ ଧରି ଟିକସ ଦେଉନଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଢୋଲ ବଜାଇଥିଲା | ଯାହାଫଳରେ ଦେଖଣାହାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା |

ଏଥିରେ ଲଜ୍ଜିତ ଅନୁଭବ କରି ଘର ମାଲିକ ସଙ୍ଗେ ସଙ୍ଗେ ବକେୟା ଟିକସ ଅର୍ଥ ପୈଠ କରିଦେଇଥିଲେ | ‘ତୁରନ୍ତ ଟିକସ ପୈଠ କରନ୍ତୁ’ ସମ୍ବଳିତ ଏକ ସୂଚନା ବୋର୍ଡ ଧରି ଢୋଲ ବଜାଯାଇଥିଲା | ଯାହାଫଳରେ ଘର ମାଲିକ ବକେୟା ଥିବା ତୁରନ୍ତ ୧୯ ଲକ୍ଷ ଟଙ୍କା ପୈଠ କରିଦେଇଥିଲେ |



from ଦେଶ- ବିଦେଶ – Sambad https://ift.tt/2XmJgEF

Post a Comment

0Comments
Post a Comment (0)