
ନୂଆଦିଲ୍ଲୀ: ବକ୍ସ ଅଫିସରେ ସଫଳତା ପାଇବା ପରେ ଫିଲ୍ମ ‘କବିର ସିଂ’ର ଅଭିନେତା ସାହିଦ କପୁର ଏବେ ଚର୍ଚ୍ଚାରେ ଅଛନ୍ତି | ଫିଲ୍ମଟି ଖୁବଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଥିବାବେଳେ ସାହିଦ ନିଜର ପାରିଶ୍ରମିକକୁ ବଢ଼ାଇଦେଇଛନ୍ତି | କୁହାଯାଉଛି ଗୋଟିଏ ଫିଲ୍ମ ପିଛା ସାହିଦ ଯେତିକି ଟଙ୍କା ପାରିଶ୍ରମିକ ନେଉଥିଲେ ଏଣିକି ଦୁଇଗୁଣ ଅର୍ଥ ନେବେ |
ଅର୍ଥାତ ପୂର୍ବରୁ ଗୋଟିଏ ଫିଲ୍ମ ପିଛା ସାହିଦ ୧୦ରୁ ୧୨ କୋଟି ଟଙ୍କା ପାରିଶ୍ରମିକ ନେଉଥିବାବେଳେ ଏଣିକି ଆଗାମୀ ଫିଲ୍ମ ପାଇଁ ସେ ୨୧ କୋଟି ଟଙ୍କା ନେବେ |ଫିଲ୍ମ କବିର ସିଂ ର ସଫଳତା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ସାହିଦଙ୍କର ଡିମାଣ୍ଡ ଖୁବ ବଢିଯାଇଛି | ସାହିଦଙ୍କୁ କିଛି ବଡ ବଡ ଫିଲ୍ମ ପ୍ରଯୋଜକ ଅଫର ଦେଉଥିବାବେଳେ ସାହିଦ ମଧ୍ୟ ନିଜର ଫିସକୁ ଦୁଇ ଗୁଣ କରିଦେଇଛନ୍ତି |
ଏଠାରେ ସୂଚନା ଥାଉ କି ଫିଲ୍ମ କବିର ସିଂରେ ସାହିଦଙ୍କୁ ଏକ ଅଲଗା ଅବତାରରେ ଦର୍ଶକ ଦେଖିବାକୁ ପାଇଛନ୍ତି | ଏହି ଫିଲ୍ମ ଖୁବ ଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି | ସୋମବାର ସୁଦ୍ଧା ଏହି ଫିଲ୍ମ ୧୯୦ କୋଟି ଟଙ୍କା ଆୟ କରିସାରିଲାଣି | ଏହି ଫିଲ୍ମରେ ତାଙ୍କ ଅଭିନେତ୍ରୀ ଭାବେ କିଆରା ଆଡ଼ଭାନୀଙ୍କୁ ଦେଖିବାକୁ ମିଳିଛି |
from ମନୋରଞ୍ଜନ – Sambad https://ift.tt/2xsRl0k
