ଆୟକର ରିଟର୍ଣ୍ଣ ଦାଖଲ ମହଲତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ିଲା

zisanmohammad
0

ନୂଆଦିଲ୍ଲୀ: ବ୍ୟକ୍ତିବିଶେଷଙ୍କ ଦ୍ବାରା ଦାଖଲ କରାଯାଉଥିବା ଆୟକର ରିଟର୍ଣ୍ଣ (ଆଇଟିଆର୍‌) ମହମଲତକୁ କେନ୍ଦ୍ର ସରକାର ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଯେଉଁ ବେତନଭୋଗୀ ଓ ସଂସ୍ଥାର ଖାତା ଅଡିଟ୍ ହେବାର ଆବଶ୍ୟକତା ନାହିଁ, ସେମାନଙ୍କୁ ଜୁଲାଇ ୩୧ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଆଟିଆର୍‌ ଦାଖଲ ଅବଧିକୁ ଆଉ ଏକ ମାସ ବୃଦ୍ଧି କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଟିଡିଏସ୍‌ ଷ୍ଟେଟ୍‌ମେଣ୍ଟ୍‌ ପ୍ରଦାନ କରିବା ବିଳମ୍ବିତ ହୋଇଥିବାରୁ ଆଇଟିଆର୍‌ ଦାଖଲ ସମୟ ସୀମା ବଢ଼ାଇବାକୁ ଦାବି ହେଉଥିଲା।



from ବାଣିଜ୍ୟ – Sambad https://ift.tt/2Gr5Zdb

Post a Comment

0Comments
Post a Comment (0)