ଭାଇର ହତ୍ୟା ସତ୍ତ୍ବେ ବିଶ୍ବକପ୍ ଖେଳିଥିଲେ ଆର୍ଚର

zisanmohammad
0

ଲଣ୍ଡନ: ଇଂଲଣ୍ଡକୁ ପ୍ରଥମ ଥର ପାଇଁ ବିଶ୍ବକପ୍ ବିଜେତା କରାଇବାରେ ଏହି ଦେଶର କାରବୀୟ ବଂଶୋଦ୍ଭବ ଯୁବ ବୋଲର ଜୋଫ୍ରା ଆର୍ଚର ପ୍ରମୁଖ ଭୂମିକା ତୁଲାଇଥିଲେ। କ୍ରିକେଟ୍ ପଡ଼ିଆରେ ନିଜ ଗତି ଏବଂ ସୁଇଂରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଥିବା ଆର୍ଚରଙ୍କୁ ‌ନେଇ ଚାଞ୍ଚଲ୍ୟକାର ତଥ୍ୟ ପଦାକୁ ଆସିଛି। ବିଶ୍ବକପ୍ ଅବସରରେ ତାଙ୍କ ୨୪ ବର୍ଷୀୟ ଦାଦା ପୁଅ ଭାଇ ଏସେଣ୍ଟିଓ ବ୍ଲାକମ୍ୟାନଙ୍କୁ ହତ୍ୟା କରି ଦିଆଯାଇଥିଲା। ଏହି ହୃଦୟ ବିଦାରକ ଖବର ପଇବା ପରେ ମଧ୍ୟ ଖେଳୁଆଡ଼ ମନୋଭାବର ପରିଚୟ ଦେଇ ଆର୍ଚର ବିଶ୍ବକପ୍ ଖେଳିବା ଜାରି ରଖିଥିଲେ। ଇଂଲଣ୍ଡ ବିଶ୍ୱକପ ଅଭିଯାନର ପ୍ରଥମ ମୁକାବିଲା ପରଦିନ ଅର୍ଥାତ୍ ମେ ୩୧ ତାରିଖରେ ବ୍ଲାକମ୍ୟାନଙ୍କୁ ବାର୍ବାଡସ୍ ସ୍ଥିତ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଆର୍ଚର୍ ଓ ବ୍ଲାକମ୍ୟାନ୍ ପରସ୍ପରର ବହୁତ ଘନିଷ୍ଠ ଥିଲେ। ହତ୍ୟାର କିଛି ଦିନ ପୂର୍ବେ ହିଁ ବ୍ଲାକମ୍ୟାନଙ୍କ ସହ ଆର୍ଚର କଥା ହୋଇଥିଲେ। ଭାଇର ହତ୍ୟା ଖବରରେ ଭାଙ୍ଗି ପଡ଼ିଥିବା ଆର୍ଚର କିନ୍ତୁ ୧୧ ମ୍ୟାଚ୍‌ରୁ ବିଶ୍ବକପ୍‌ରେ ଇଂଲଣ୍ଡ ପାଇଁ ସର୍ବାଧିକ ୨୦ ୱିକେଟ୍ ନେଇଥିଲେ। ଫାଇନାଲରେ ସେ ସୁପର ଓଭର ପକାଇଥିଲେ ଏବଂ ନ୍ୟୁଜିଲାଣ୍ଡକୁ ବିଜୟୀ ହେବାକୁ ଦେଇ ନଥିଲେ। ଆର୍ଚରଙ୍କ ପିତା ଫ୍ରାଙ୍କ ଆର୍ଚରଙ୍କ ଅନୁସା‌ରେ ବ୍ଲାକମ୍ୟାନ୍ ଗତ ମେ ୩୧ ତାରିଖରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ନିଜ ଘର ବାହାରେ ବସିଥିଲେ, ସେହି ସମୟରେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ କାର୍ ଉପରକୁ ଗୁଳି ବର୍ଷା କରିଥିଲା। ଘଟଣାସ୍ଥଳରେ ହିଁ ବ୍ଲାକମ୍ୟାନଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ତାଙ୍କ ଗାର୍ଲଫ୍ରେଣ୍ଡ ଏବଂ ୪ ବର୍ଷର ପୁଅ ଘର ଭିତରେ ଥିଲେ। ତେବେ ଘର ଭିତରେ ଥିବାରୁ ବର୍ତି ଯାଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।



from ଖେଳ – Sambad https://ift.tt/2LWEbRv

Post a Comment

0Comments
Post a Comment (0)