ବି ପି କାନୁନ୍‌ଗୋଙ୍କୁ ମିଳିଲା ମୁଦ୍ରାନୀତି ଦାୟିତ୍ବ

zisanmohammad
0

ମୁମ୍ବାଇ: କେନ୍ଦ୍ରାପଡ଼ାରେ ଜନ୍ମିତ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବି ପି କାନୁନ୍‌ଗୋଙ୍କୁ ମୁଦ୍ରାନୀତି ଦାୟିତ୍ବ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ଦାୟିତ୍ବରେ ଥିଲେ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ। ନିଜ କାର୍ଯ୍ୟକାଳ ଶେଷ ‌ହେବାର କିଛି ମାସ ପୂର୍ବରୁ ସେ ଇସ୍ତଫା ଦେଇ ଚାଲିଯାଇଛନ୍ତି। ଆଗାମୀ ଦିନରେ ଶ୍ରୀ କାନୁନ୍‌ଗୋ ମୁଦ୍ରାନୀତିର ଛଅ ଜଣିଆ କମିଟିର ସଦସ୍ୟ ଭାବେ କାମ କରିବେ। ରିଜର୍ଭ ବ୍ୟାଙ୍କର ପରବର୍ତି ମୁଦ୍ରାନୀତି କମିଟି ବୈଠକ ଅଗଷ୍ଟ ୫ରୁ୭ ପର୍ଯ୍ୟନ୍ତ ଚାଲିବ। ମୁଦ୍ରାନୀତି ନି‌ଷ୍ପତ୍ତି ଗ୍ରହଣ କରିବାରେ ଆଗକୁ ଦୁଇ ଜଣ ଓଡ଼ିଆ-ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ଶ୍ରୀ କାନୁନ୍‌ଗୋଙ୍କ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଶ୍ରୀ କାନୁନ୍‌ଗୋଙ୍କୁ ୨୦୧୭ ମାର୍ଚରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ଏହା ପୁର୍ବରୁ ସେ ରିଜର୍ଭ ବ୍ୟାଙ୍କର ଇଡି ଭାବେ କାର୍ଯ୍ୟ କରୁଥିଲେ। ୧୯୮୦ରେ ରିଜର୍ଭ ବ୍ୟାଙ୍କରେ ପ୍ରୋବେସନାରି ଅଫିସର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଶ୍ରୀ କାନୁନ୍‌ଗୋ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି।



from ବାଣିଜ୍ୟ – Sambad https://ift.tt/2GDNcf5

Post a Comment

0Comments
Post a Comment (0)