
ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏଚ୍ଡି କୁମାରସ୍ୱାମୀ ନେତୃତ୍ୱାଧୀନ ମେଣ୍ଟ ସରକାର ଆସ୍ଥା ଭୋଟ୍ ହାରିବାର ତିନି ଦିନ ପରେ ଅର୍ଥାତ୍ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ବିଜେପି ନେତା ଏବଂ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦ୍ୟୁରପ୍ପା ରାଜଭବନ ଯାଇ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କରିଛନ୍ତି।
ଆଜି ସନ୍ଧ୍ୟା ୬ଟାରେ ହୋଇ ପାରେ ଶପଥ ଗ୍ରହଣ ଉତ୍ସବ।
କିଛି ସମୟ ପୂର୍ବରୁ ସେ କହିଥିଲେ କି, ଆଜି ସକାଳ ୧୦ଟା ବେଳେ ମୁଁ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିବି। ଆଜି ହିଁ ଶପଥ ଗ୍ରହଣ କରାଇବାକୁ ମୁଁ ତାଙ୍କୁ ଅନୁରୋଧ କରିବି।
ଜଗଦୀଶ ଶେତ୍ତାର, ଅରବିନ୍ଦ ଲିମ୍ବାବାଲି, ଜେ ସି ମଧୁସ୍ୱାମୀ, ବାସବରାଜ ବୋମ୍ମାଇ ଏବଂ ୟେଦ୍ଦ୍ୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ନୂଆଦିଲ୍ଲୀ ଠାରେ ଦଳର ମୁଖ୍ୟ ଅମିତ ଶାହାଙ୍କୁ ଭେଟି ସରକାର ଗଠନ କରିବା ବିଷୟରେ ଆଲୋଚନା କରିଥିଲେ।
from ରାଜନୀତି – Sambad https://ift.tt/32VGZnZ