ଆସିଲା ହୁଣ୍ଡାଇ ଇଲେକ୍ଟ୍ରିକ୍ ଏସୟୁଭି କୋନା

zisanmohammad
0

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର କାର୍ କମ୍ପାନି ହୁଣ୍ଡାଇ ଭାରତରେ ଏହାର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ଏସ୍‌ୟୁଭି କୋନାର ବଜାର ପ୍ରବେଶ କରାଇଛି। ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଏସ୍‌ୟୁଭି କୋନାର ମୂଲ୍ୟ ୨୫ ଲକ୍ଷ ୩୦ ହଜାର ଟଙ୍କା ରହିଛି। ଥରେ ପୂରା ଚାର୍ଜ ହେଲେ ଗାଡ଼ିଟି ୪୫୨ କିମି ଯାତ୍ରା କରିବାର କ୍ଷମତା ରଖିଛି। ଥରେ ପୂରା ଚାର୍ଜ ହେବା ପାଇଁ ଏହାକୁ ୬ ଘଣ୍ଟା ଲାଗିବ। ୯.୭ ସେକେଣ୍ଡରେ ଗାଡିର ଘଣ୍ଟାପ୍ରତି ବେଗ ଶୂନରୁ ୧୦୦ କିମିକୁ ବୃଦ୍ଧି ପାଇପାରିବ। ଏଥିରେ ୬ଟି ଏୟାର ବ୍ୟାଗ୍, ଇଲେକଟ୍ରୋନିକ ବ୍ରେକ୍ ଫୋର୍ସ ଡିଷ୍ଟ୍ରିବ୍ୟୁସନ ସହ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ, ଟାୟାର ପ୍ରେସର ମନିଟରିଂ ବ୍ୟବସ୍ଥା ଆଦି ସୁବିଧା ରହିଛି। ଏହି ଗାଡ଼ିଟି ବର୍ତ୍ତମାନ ଦେଶର ୧୧ଟି ସହରର ୧୫ଟି ସୋରୁମ୍‌ରେ ଉପଲବ୍ଧ ହେବ।



from ବାଣିଜ୍ୟ – Sambad https://ift.tt/2XPp8j7

Post a Comment

0Comments
Post a Comment (0)