ଜାତୀୟ ବକ୍ସର ଇଜାଜ ଆଲମ ସିଦ୍ଦିକିଙ୍କ ପରଲୋକ

zisanmohammad
0

ରାଉରକେଲା,: ଜାତୀୟସ୍ତରର ବକ୍ସର ତଥା ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ବକ୍ସିଂ କୋଚ୍‌ ଇଜାଜ ଆଲମ ସିଦ୍ଦିକିଙ୍କ ୫୪ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ଦୁଇ ମାସ ପୂର୍ବେ ସିଦ୍ଦିକି ଯକୃତ କ୍ୟାନ୍‌ସରରେ ପିଡ଼ିତ ଥିବା ଜଣାପଡ଼ିଥିଲା। ପ୍ରଥମେ ଭେଲୋର ଓ ପରେ ଭୁବନେଶ୍ବର ସ୍ଥିତ କଳିଙ୍ଗ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ। ମାତ୍ର କ୍ୟାନ୍‌ସର ଶେଷ ଷ୍ଟେଜ୍‌ରେ ପହଞ୍ଚିଥିବାରୁ ଆଉ ରୋଗ ଭଲ ହେବାର ଆଶାନଥିବା ଡାକ୍ତର କହିଥିଲେ। ଏଣୁ ତାଙ୍କୁ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍‌ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରିବାକୁ ଗତକାଲି ପୂର୍ବାହ୍ନରେ ଅଣାଯାଇଥିଲା। ମାତ୍ର ପୂର୍ବାହ୍ନ ପ୍ରାୟ ୧୧ଟାରେ ସିଦ୍ଦିକିଙ୍କ ମୃତ୍ୟୁ ହୋଇଥିଲା। ସିଦ୍ଦିକି ୧୯୭୭ ମସିହାରୁ ୧୯୮୮ ମସିହା ପର୍ଯ୍ୟନ୍ତ ବକ୍ସିଂ ଖେଳରେ ବେଶ୍‌ ସକ୍ରିୟ ଥିଲେ। ୧୯୮୨ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ କନିଷ୍ଠ ବକ୍ସିଂ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ପାଇଥିଲେ। ୧୯୮୬ରେ ଦିଲ୍ଲୀ ସ୍ଥିତ ୱାଇଏମ୍‌ସିଏରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ବର୍ଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ। ଏହାପରେ ୧୯୮୭ରେ ପୁନେରେ ଭାରତୀୟ ଦଳ ପାଇଁ କ୍ୟାମ୍ପ୍‌ରେ ସାମିଲ କରାଯାଇଥିଲା। ମାତ୍ର ସେ ଦଳରେ ସାମିଲ ହୋଇପାରିନଥିଲେ। ଏହାପରେ ପ୍ରାୟ ୨ ବର୍ଷ ଧରି ଖେଳ ଜାରି ରଖିଥିଲେ। ପରେ ଆର୍‌ଏସ୍‌ପିରେ ବକ୍ସିଂ କୋଚ୍‌ଭାବେ ଯୋଗଦେଇଥିଲେ।



from ଖେଳ – Sambad https://ift.tt/30wpKI2

Post a Comment

0Comments
Post a Comment (0)