ନୃଶଂସ ବାପା : ୫ ବର୍ଷର ପୁଅର ବେକ କାଟି ମାରିଲା

zisanmohammad
0

ରାଉରକେଲା : ଇସ୍ପାତ ସହରରେ ଆଜି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ନିଜର ୫ ବର୍ଷର କୁନିପୁଅକୁ ଜଣେ ବାପା ଛୁରୀରେ ଅତି ବୀଭତ୍ସଭାବେ ହତ୍ୟା କରିଛି। ପୁଅକୁ ଅବୈଧ ସନ୍ତାନଭାବି ଅଭିଯୁକ୍ତ ବାପା ଏଭଳି ଜଘନ୍ୟ କାଣ୍ଡ ଭିଆଇବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ଶିରୋନାମା ପାଲଟିଛି।

ରାଉରକେଲା ବନ୍ଧମୁଣ୍ଡା ଆର୍‌ଏସ୍‌ କଲୋନିରେ ରହେ ହୋଣ୍ଡୋ ଓରାମ (୪୦)। ଜଣେ ଦିନ ମଜୁରିଆଭାବେ କାମ କରୁଥିବା ହୋଣ୍ଡୋର ପରିବାର କହିଲେ ପତ୍ନୀ ସୁଖୀ ଓ ଏକମାତ୍ର ପୁଅ ଅନୁଗ୍ରହ ଓରାମ (୫)। ହୋଣ୍ଡୋ ସବୁବେଳେ ଅନୁଗ୍ରହକୁ ଅବୈଧ ସନ୍ତାନଭାବେ ବିବେଚନା କରୁଥିଲା। ପତ୍ନୀର ଅବୈଧ ସଂପର୍କରୁ ଅନୁଗ୍ରହ ଜନ୍ମ ହୋଇଥିବା ସନ୍ଦେହରେ ସବୁବେଳେ ତାକୁ ଘୃଣା କରୁଥିଲା। ଅନୁଗ୍ରହକୁ ସେ ସାମାନ୍ୟ କଥାରେ ଗାଳିଗୁଲଜ କରିବା ସହ ମାଡ଼ପିଟ କରୁଥିଲା ବୋଲି କୁହା ଯାଉଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ପତ୍ନୀ ଘର ପାଖରେ ଥିବା କୂଅକୁ ଗାଧୋଇବା ଲାଗି ଯାଇଥିବା ବେଳେ ପୁଅ ଶୋଇଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ହୋଣ୍ଡୋ ଏକ ଛୁରୀରେ ପୁଅର ବେକକୁ ଅତି ବୀଭତ୍ସଭାବେ କାଟି ଦେଇଥିଲା। ନିଷ୍ପାପ ଅନୁଗ୍ରହ ସାମାନ୍ୟ ପ୍ରତିବାଦ ମଧ୍ୟ କରିପାରିନଥିଲା। ଅଭିଯୁକ୍ତ ନିଜ ପୁଅକୁ ହତ୍ୟା କରିବା ପରେ ଘର ପାଖରେ ଥିବା ଏକ ଛୋଟ ଜଙ୍ଗଲକୁ ପଳାଇ ସେଠାରେ ଲୁଚି ରହିଥିଲା। ସୁଖୀ ଗାଧେଇ ଫେରିବା ପରେ ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ସୂଚନା ମିଳିବା ପରେ ବନ୍ଧମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଗ୍ରହର ମୃତ ଦେହ ଉଦ୍ଧାର କରିଥିଲା। ପୁଲିସ ଅଭିଯୁକ୍ତ ହୋଣ୍ଡୋକୁ ଜଙ୍ଗଲରୁ ଗିରଫ କରି କୋର୍ଟ ଚାଲାଣ କରିଛି।



from ଅପରାଧ – Sambad http://bit.ly/2Xuv6pq

Post a Comment

0Comments
Post a Comment (0)