ପ୍ରଥମ ଥରପାଇଁ ଏହି ଦୁଇ ନାୟକଙ୍କୁ ଏକାଠି ଦେଖିବାକୁ ମିଳିବ

zisanmohammad
0

ଭୁବନେଶ୍ୱର: ରଜରେ ‘ତୁ ମୋ ଲଭଷ୍ଟୋରି-୨’ ରିଲିଜ୍‌ ହୋଇଥିଲା, ଯେଉଁଥିରେ ଦୁଇ ଜଣ ହିରୋ ସିଦ୍ଧାନ୍ତ ମହାପତ୍ର ଓ ସ୍ୱରାଜଙ୍କୁ ନାୟକ ଏକା ସାଙ୍ଗେ ନଜର ଆସିଛନ୍ତି। ଏଥିରେ ଦୁଇ ଜଣ ନାୟିକା ଅନୁ ଚୌଧୁରୀ ଓ ଭୂମିକା ଅଛନ୍ତି।
ଏବେ ଆଗକୁ ସେମିତି କିଛି ସିନେମା ଆସୁଛି, ଯେଉଁଥିରେ ଦୁଇ ଦୁଇ ଜଣ ନାୟକଙ୍କୁ ଦର୍ଶକ ଦେଖିବାକୁ ପାଇବେ। ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କ ଏକ ସିନେମା ଆସୁଛି, ଯାହାର ଟାଇଟଲ ହେଲା ‘ଯୋଉଠି ଥିଲେ ବି ତୁ ମୋର’।ଏଥିରେ ଦୁଇ ଜଣ ନାୟକ ସମ୍ବିତ ଓ ଆର୍ଯ୍ୟନ୍‌ ଏକାଠି ଆସୁଛନ୍ତି। ଏହି ପ୍ରେମ ତ୍ରିକୋଣଧର୍ମୀ ସିନେମାରେ ରୀୟା ଦେ ଅଛନ୍ତି ନାୟିକା ଭୂମିକାରେ।


ଓଲିଉଡର ଦୁଇ ନାୟକ ସମ୍ବିତ ଓ ଅମ୍ଳାନ ପ୍ରଥମ ଥର ଲାଗିଏକାଠି ଆସୁଛନ୍ତି ‘ବାଜିବ ଲୋ ସାହାନାଇ’ରେ। ଇଂ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଏହି ସିନେମାରେ ନାୟିକା ଭାବେ ନଜର ଆସିବେ ଝିଲିକ୍‌। ଠିକ୍‌ ସେହିପରି ଓଲିଉଡର ଜଣାଶୁଣା ନାୟକ ଜ୍ୟୋତି ଏବଂ ଅମ୍ଳାନଙ୍କୁ ଦର୍ଶକ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ପାଇବେ ନୂଆ ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ରେ। ଏଥିରେ ଶ୍ରଦ୍ଧା ଅଛନ୍ତି ନାୟିକା ଭୂମିକାରେ।



from ମନୋରଞ୍ଜନ – Sambad https://ift.tt/2XxS52Q

Post a Comment

0Comments
Post a Comment (0)