ମୋଦୀ ପୁଣି ବିଜୟୀ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ାଙ୍କ ବଡ଼ ପୁଅ

zisanmohammad
0

ମହୀଶୂର : ଲୋକସଭା ନିର୍ବାଚନ ସମୟରେ ବିଭିନ୍ନ ନେତାମାନଙ୍କର ବୟାନ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।ଏହି କ୍ରମରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ବଡ଼ ପୁଅ ଏଚ ଡି ରେଭନ୍ନା ଘୋଷଣା କରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଲୋକସଭା ଆସନରୁ ପୁର୍ନବାର ନିର୍ବାଚିତ ହୋଇ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। ରେଭନ୍ନା ଏବେ କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଅଛନ୍ତି।

କର୍ଣ୍ଣାଟକର ମହୀଶୂରଠାରେ ରେଭନ୍ନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଜେପି ଏଥର କ୍ଷମତାକୁ ଆସିବେ ନାହିଁ। ଏଚ ଡି ରେଭନ୍ନା କହିଛନ୍ତି, ମୁଁ ଜାଣିବାକୁ ଚାହୁଁଛି ଯେ, ମୋଦୀ ଗତ ପାଞ୍ଚ ବର୍ଷରେ କୃଷକଙ୍କ ପାଇଁ କଣ କରିଛନ୍ତି। କର୍ଣ୍ଣାଟକ ରାଜ୍ୟ ସରକାର ୧୫ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ତାଲିକା ପଠାଇଛନ୍ତି। ମାତ୍ର କେନ୍ଦ୍ର କହୁଛି ଯେ, ଏ ପର୍ଯ୍ୟନ୍ତ ତାଲିକା ପହଞ୍ଚି ନାହିଁ।



from ଦେଶ- ବିଦେଶ – Sambad http://bit.ly/2KwBpTV

Post a Comment

0Comments
Post a Comment (0)