ରୀନା ତନ୍ତୀଙ୍କ ନିର୍ବାଚନ ପ୍ରଚାର

zisanmohammad
0

ସମ୍ବଲପୁର: ରେଂଗାଲି ନିର୍ବାଚନୀମଣ୍ଡଳୀର ବିଜେଡି ପ୍ରାର୍ଥୀ ରୀନା ତନ୍ତୀ ଗୁରୁବାର ଦିନ ତାଲବ, ଯୁଗୀପାଲି, ରାସନପୁର, ମାଟିଖାଇ, ବତେମୁରା, ମାଳତୀ ଗୁଣ୍ଡେରପୁର ଓ ମଠପାଲି ଅଞ୍ଚଳରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ ଘରକୁ ଘର ବୁଲି ଲୋକଙ୍କଠାରୁ ଭୋଟ ଭିକ୍ଷା କରିବା ସହ ନିର୍ବାଚିତ ହେଲେ ଗରିବ ଲୋକ ଯେମିତି ସମସ୍ତ ମୌଳିକ ସୁବିଧାସୁଯୋଗ ପାଇ ପାରିବେ ସେ ଦିଗରେ କାମ କରିବେ ବୋଲି କହିଥିଲେ। ସବୁ ଘରକୁ ପାନୀୟ ଜଳ ପହଞ୍ଚାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି କହିଥିଲେ। ଶ୍ରୀମତୀ ତନ୍ତୀଙ୍କ ସହ ବିଜେଡି ନେତା ଗାନ୍ଧୀ ବେହେରା, ମୋତିଲାଲ ତନ୍ତୀ, ହେମନ୍ତ ପଣ୍ଡା, ଜନ୍ମାଜୟ ବେହେରା, ଆନନ୍ଦ ବେହେରା, ଆର୍ତ୍ତତ୍ରାଣ ବାଗ, ମାନଭଂଜନ ପଶାୟତ, ଯତୀନ ବାରିକ, ଜଗନ୍ନାଥ ତ୍ରିପାଠୀଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ଥିଲେ।



from ଜିଲ୍ଲା – Sambad http://bit.ly/2G80e37

Post a Comment

0Comments
Post a Comment (0)