ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ

zisanmohammad
0

ଦେବଗଡ଼: ଏପ୍ରିଲ ୨୩ ତାରିଖ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଦେବଗଡ ବିଧାନସଭା ନିର୍ବାଚନମଣ୍ଡଳୀରେ ପରିଚାଳନା ସଂକ୍ରାନ୍ତ କାର୍ଯ୍ୟକ୍ରମ ଜାରି ରହିଛି। ଏହିକ୍ରମରେ ଭୋଟଗ୍ରହଣର ସୁପରିଚାଳନା ନିମନ୍ତେ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଗୁରୁବାର ସ୍ଥାନୀୟ ସରକାରୀ ପଲିଟେକନିକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ୧୫ ତାରିଖ ସୁଦ୍ଧା ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ପ୍ରିଜାଇଡିଂ ଏବଂ ପୋଲିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତାଲିମ ନିମନ୍ତେ ନିୟୋଜିତ ହୋଇଥିବା ମାଷ୍ଟର ଟ୍ରେନର ଏବଂ ଡେମନଷ୍ଟ୍ରେଟରମାନେ ଇଭିଏମ, ଭିଭିପାଟ ପରିଚାଳନା ସମେତ ଭୋଟଗ୍ରହଣ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟ ଉପରେ ପ୍ରିଜାଇଡିଂ ଏବଂ ପୋଲିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ୫ ଦିନ ମଧ୍ୟରେ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଥିବା ସମସ୍ତ ୨୨୨୬ ପ୍ରିଜାଇଡିଂ ଏବଂ ପୋଲିଂ ଅଧିକାରୀଙ୍କୁ ତାଲିମ ଦିଆଯିବ। ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସବିବ ସୁଶାନ୍ତ ମିଶ୍ର ତାଲିମ ପର୍ଯ୍ୟବେକ୍ଷକ ଭାବେ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ପିଡି ଡିଆରଡିଏ ଭିନସେଣ୍ଟ ପୁନମକାନ୍ତ ଏକ୍କା ଏବଂ ଡେପୁଟି କଲେକ୍ଟର ବିକ୍ରାଣୀ କିସପଟ୍ଟା ପ୍ରମୁଖ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି। ଦେବଗଡ଼ ନିର୍ବାଚନମଣ୍ଡଳୀରେ ଅନେକ ଦୁର୍ଗମ ବୁଥ ରହିଥିବା ସହ ମାଓ ଅଧ୍ୟୁଷିତ ଅଞ୍ଚଳରେ ନିର୍ବାଚନ ପରିଚାଳନା କରିବା ପ୍ରଶାସନ ପାଇଁ ଏକ ବଡ଼ ଚାଲେଞ୍ଜ ଥିବା ଦୃଷ୍ଟିରୁ ଏହା ଉପରେ ଟିକିନିଖି ପ୍ରସ୍ତୁତି ଜାରି ରହିଛି।



from ଜିଲ୍ଲା – Sambad http://bit.ly/2Uuqz5A

Post a Comment

0Comments
Post a Comment (0)