ଅନୁଗୋଳ: ୩.୫୨ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ, ୩ ଅଭିଯୁକ୍ତ ଗିରଫ

zisanmohammad
0

ଅନୁଗୁଳ: ଟାଉନ ଥାନା ପୁଲିସ ୩ ଲକ୍ଷ ୫୨ ହଜାର ଟଙ୍କାର ନକଲି ନୋଟ ଜବତ କରିଛି। ସୂଚନା ଅନୁସାରେ ପୁଲିସ ସହରର ମୁଖ୍ୟ ସ୍ଥାନ ଗୁଡ଼ିକରେ ଚେକିଂ କରିବା ସମୟରେ ଏପ୍ରିଲ ୯ ଅପରାହ୍ଣ ୩ଟାରେ ଏହି ଟଙ୍କା ଜବତ କରିଥିଲା ଓ ଘଟଣା ଦିନ ୨ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ସୂଚନା ଦେଇଛି।

ପୁଲିସ କହିଛି, ଏକ୍ସ ଆର୍ମି ଉଲ୍ଲେଖ ଥିବା ଏକ ଧଳା ରଂଗର କାର (ଓଡି ୧୯ଡି ୨୧୨୦) ଉପରେ ସନ୍ଦେହ ହେବା ପରେ ଯାଞ୍ଚ କରିଥିଲା। ସେହି ସମୟରେ କାର୍‌ଯି ତାଲଚେର ଅଭିମୁଖେ ଯାଉଥିଲା। ଘଟଣା ଦିନ ପୁଲିସ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅଂଚଳର ପଦନ ମଲିକ ଓ ସଂଗ୍ରାମ କେଶରୀ ପଣ୍ଡାକୁ ଗିରଫ କରିଥିଲା। ଅଧିକ ପଚରା ଉଚରା କରିବା ପରେ ଆଜି ତାଲଚେର ଷ୍ଟେସନ ବଜାର ଅଂଚଳର ବ୍ରଜମୋହନ ସାହୁ ନକଲି ନୋଟ କାରବାର ସଂପର୍କରେ ଜାଣିବାକୁ ପାଇଥିଲା। ପୁଲିସ ବ୍ରଜମୋହନଙ୍କୁ ମଧ୍ୟ ଗିରଫ କରିଛି। ଟଙ୍କା ଯାଞ୍ଚ ବେଳେ ନକଲି ନୋଟ ବୋଲି ଜଣାପଡ଼ିଛି ବୋଲି ପୁଲିସ କହିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫ଟି ମୋବାଇଲ, ଦେଶୀ ବନ୍ଧୁକ ଓ ମନିପର୍ସ ଜବତ କରିଛି।

ସୂଚନାଯୋଗ୍ୟ ଚଳିତ ମାସ ୨୩ ତାରିଖରେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଆଶା କରାଯାଉଛି ଯେ, ଏହି ନକଲି ନୋଟ ଗୁଡ଼ିକ ସମ୍ଭବତଃ ନିର୍ବାଚନ ସମୟରେ ଲୋକମାନଙ୍କୁ ଦିଆଯାଇ ଭୋଟ କିଣାଯାଇଥାନ୍ତା। ଟଙ୍କା ଗୁଡ଼ିକ କେଉଁଠି ପ୍ରସ୍ତୁତ ହେଉଥିଲା ଓ କିପରି ଭାବେ ତାହା ସାଧାରଣ ଜନତାଙ୍କ ନିକଟକୁ ପହଂଚିଥାନ୍ତା, ତାହା ଘଟଣାର ତଦନ୍ତ ପରେ ହିଁ ଜଣାପଡ଼ିବ। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।



from ଅପରାଧ – Sambad http://bit.ly/2GkKlYI

Post a Comment

0Comments
Post a Comment (0)