ଏଆଇଏଫ୍‌ଏଫ୍‌ ୟୁଥ୍‌ ଲିଗ୍‌, ଫାଓ ଏକାଡେମିର ଜାମସେଦପୁର ଯାତ୍ରା

zisanmohammad
0

କଟକ: ଏଆଇଏଫ୍‌ଏଫ୍‌ ୟୁଥ୍‌ ଲିଗ୍‌ରେ ଅ˚ଶଗ୍ରହଣ କରିବା ପାଇଁ ଫାଓ ଏକାଡେମିର ୧ ୮ଜଣିଆ ଦଳ ଶନିବାର ଜାମସେଦପୁର ଯାତ୍ରା କରିଛି। ଫାଓ ଏକାଡେମିକୁ ଅବଶିଷ୍ଟ ଭାରତ ଜୋନ୍‌ରେ ସ୍ଥାନ ଦିଆଯାଇଛି। ଦଳ ସହିତ ଜାମସେଦପୁର ଏଫ୍‌ସି, ଯାଜପୁରର କଳିଙ୍ଗ ନଗର ଫୁଟ୍‌ବଲ ଏକାଡେମି ଓ ଧାନବାଦ ଫୁଟବଲ ଏକାଡେମି ସ୍ଥାନ ପାଇଛନ୍ତି। ୨୨ ତାରିଖରେ ଫାଓର ମୁକାବିଲା ଧାନବାଦ ସହିତ ହେବ। ୨୪ ତାରିଖରେ ଜାମସେଦପୁର, ୨୬ ତାରିଖରେ କଳିଙ୍ଗ ଫୁଟବଲ୍‌ ଏକାଡେମି ସହିତ ଫାଓ ଏକାଡେମିର ମ୍ୟା୍‌ଚ ଅନୁଷ୍ଠିତ ହେବ। ଫାଓ ଏକାଡେମି ଦଳ ସହିତ ନୀପେନ୍ଦ୍ର କୁମାର ଦାସ ମୁଖ୍ୟ ପ୍ରଶିକ୍ଷକ ଭାବେ ଯାତ୍ରା କରିଛନ୍ତି।

ଫାଓ ଏକାଡେମି ଦଳ: ସାରିକ ରେହମାନ, ନଵାଜିସ୍‌ ନୁର‌୍‌, ଅମ୍ରିତ ସାମଲ, ସେକ୍‌ ସାହିଦ୍‌, ଵାଙ୍ଗଡେମ୍‌ ଲାମା, ପରମେଶ୍ବର ତିର୍କି, ଅନମୋଲ ଲାକ୍ରା, ସୁଶୀଲ ବାରିକ, ପୀୟୁଷ ପଟ୍ଟନାୟକ, ମହମ୍ମଦ ସର୍ଫରାଜ, ରୋହିତ ଟିଗା, ଓସ୍କାର ମିଞ୍ଜ, ବବୁଲ ନାଏକ, ତାରିକ ମହମ୍ମଦ, ରବି ନାରାୟଣ ଦୀପ୍‌, ରାହୁଲ ଜୋଜୋ, ଅଫଜଲ ଅଲ୍ଲୀ, ଓମ୍‌ ପ୍ରକାଶ ଡୁମ୍‌ରି।



from ଖେଳ – Sambad http://bit.ly/2ZqvDXu

Post a Comment

0Comments
Post a Comment (0)