ଜୟପୁର ଜେଲ୍‌ରେ ପାକିସ୍ତାନୀ କଏଦୀଙ୍କୁ ହତ୍ୟା

zisanmohammad
0

ଜୟପୁର : ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ଥିବା ବେଳେ ଆଜି ରାଜସ୍ଥାନର ଜୟପୁର କେନ୍ଦ୍ରୀୟ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ପାକିସ୍ତାନୀ କଏଦୀଙ୍କୁ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ୟାର ଶିକାର ‌ହୋଇଥିବା‌ ଏହି ପାକିସ୍ତାନୀ କଏଦୀଙ୍କ ନାମ ଶାକିର ଉଲ୍ଲା ଏବଂ ତାଙ୍କର ବୟସ ୫୦ ବର୍ଷ। ସିଆଲକୋଟ୍‌ର ଏହି ପାକିସ୍ତାନୀ ନାଗରିକଙ୍କୁ ୨୦୧୧ରେ ଗିରଫ କରାଯାଇଥିଲା ଏବଂ ଇତିମଧ୍ୟରେ ସେ ଜେଲ୍‌ରେ ୮ ବର୍ଷ ସଜା କାଟି ସାରିଥିବା ଜଣାପଡ଼ିଛି।

ଜେଲ୍‌ ମଧ୍ୟରେ ପାକିସ୍ତାନୀ କଏଦୀ ସମେତ ୪ ଜଣ କଏଦୀ ବସି ଟିଭି ଦେଖୁଥିବା ବେଳେ ହଠାତ୍‌ ସେମାନଙ୍କ ମଧ୍ୟରେ ଟିଭି ଭଲ୍ୟୁମ୍‌କୁ ନେଇ ଝଗଡ଼ା ହୋଇଥିଲା। ପରେ ୩ ଜଣ କଏଦୀ ପାକିସ୍ତାନୀ କଏଦୀଙ୍କ ମୁଣ୍ଡକୁ ଏକ ପଥରରେ ଖୁବ୍‌ ଜୋର୍‌ରେ ପିଟିଦେବା ଫଳରେ ଘଟଣାସ୍ଥଳରେ ହିଁ ମୃତୁ ଘଟିଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ବିଚାର ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମାମଲାର ତଦନ୍ତ ହେବ ବୋଲି କହିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2En7KaN

Post a Comment

0Comments
Post a Comment (0)