
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହ ଗତବର୍ଷ ନଭେମ୍ବର ୧୪ ତାରିଖରେ ଇଟାଲିରେ ପରସ୍ପରଙ୍କୁ ବିବାହ କରିଥିଲେ। ଉଭୟ ପତି-ପତ୍ନୀ ଉଭୟଙ୍କ ବିଷୟରେ ଅନେକ ମଜା ମଜା କଥା ପୂର୍ବରୁ କହି ସାରିଛନ୍ତି।
ନିକଟରେ ଏକ ଆଓ୍ଵାର୍ଡ ସୋ’ରେ ଦୀପିକାଙ୍କୁ ରଣବୀରଙ୍କ ସଂପର୍କରେ ଗୁଡ଼ାଏ କଥା ପଚରା ଯାଇଥିଲା। ସେଥି ମଧ୍ୟରୁ ଦୀପିକା ରଣବୀରଙ୍କ ସଂପର୍କରେ କହିଥିବା ଗୋଟିଏ କଥା ବେଶ୍ ଚର୍ଚ୍ଚା ପାଲଟିଛି। ପ୍ରଶଂସକଙ୍କ ମହଲରେ କଥା ଉଠିଛି କି ଏହା ହେଉଛି ରଣବୀରଙ୍କ ସଂପର୍କରେ ଦୀପିକାଙ୍କର ସବୁଠାରୁ ବଡ଼ ଖୁଲାସା।
ସୋ’ରେ ଦୀପିକାଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ରହସ୍ୟ କହିବାକୁ କୁହାଯାଇଥିଲା। ଏହି କଥାରେ ରଣବୀରଙ୍କୁ ସଂଯୋଗ କରାଇଥିଲେ ଦୀପିକା। ସାଧାରଣତଃ ସମସ୍ତେ ଜାଣନ୍ତି ଝିଅମାନେ କେଉଁଆଡ଼େ ଯିବାକୁ ଥିଲେ ବାହାରିବାକୁ ବିଳମ୍ବ କରିଥାନ୍ତି। ମାତ୍ର ରଣବୀର ଓ ଦୀପିକାଙ୍କ କ୍ଷେତ୍ରରେ କଥାଟି ଓଲଟା ବୋଲି ଦୀପିକା କହିଥିଲେ
ସେ ରଣବୀରଙ୍କ ସଂପର୍କରେ କହିଛନ୍ତି ଯେ ପ୍ରସ୍ତୁତ ହେବା ପାଇଁ ତାଙ୍କଠାରୁ ବି ବେଶି ସମୟ ନିଅନ୍ତି ରଣବୀର ସିଂହ। ଅର୍ଥାତ କେଉଁଠି ଯିବାକୁ ଥିଲେ ଦୀପିକା ପ୍ରସ୍ତୁତ ହୋଇ ସାରି ରଣବୀରଙ୍କୁ ଅପେକ୍ଷା କରନ୍ତି।
from ମନୋରଞ୍ଜନ – Sambad https://ift.tt/2IDM9PI