ଏଟିଏମ୍ ଲୁଟ୍‌: ମାଷ୍ଟରମାଇଣ୍ତ ଗିରଫ

zisanmohammad
0

କୋରେଇ : କିଛି ପୁଲିସ କର୍ମଚାରୀ ସମେତ ସାଧାରଣ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣାରେ ପାଣିକୋଇଲି ପୁଲିସକୁ ମିଳିଛି ବଡ଼ସଫଳତା। ଏଟିଏମ୍‌ ଲୁଟ୍‌ର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଯୁବକ ଜଣକ ସୁନ୍ଦରଗଡ ଜିଲ୍ଲା ବସମା ଗ୍ରାମର ତିକେଶ୍ବର ମେହେରଙ୍କ ପୁଅ ଓବେଦ କୁମାର ମେହେର ଓରଫ କାବିନ ମୂର୍ତ୍ତି ଓରଫ ଦେବ ରାଜୁ (୩୧)। ସେ ଜଣେ ସିଭିଲ ଇଂଜିନିୟର ବୋଲି ଜଣାପଡିଛି।

ଗତ ଜାନୁଆରି ମାସରେ ପାଣିକୋଇଲି ଅଞ୍ଚଳର ୫ ଜଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ତିଆ (ଏସ୍‌ବିଆଇ) ଗ୍ରାହକଙ୍କ ଆକଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌ ଘଟଣାକୁ ଗୁରୁତର ସହ ନେବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ ଓ ଝାଡଖଣ୍ତ ଯାଇ ମଧ୍ୟ ତଦନ୍ତ କରିଥିଲା। ଶେଷରେ, ପୁଲିସ୍‌କୁ ସଫଳତା ମିଳିଛି। ଅଭିଯୁକ୍ତକୁ ଛତିଶଗଡ଼ ପୁଲିସ ରିମାଣ୍ଡରେ ନେଇଥିବା ଜଣାପଡିଛି।



from ଅପରାଧ – Sambad https://ift.tt/2IwvtcA

Post a Comment

0Comments
Post a Comment (0)