ସେଲ୍‌ଫି ନେବା ପାଇଁ ତୈମୁର ଓ ମାଆ କରୀନାଙ୍କ ପଛେ ପଛେ ଗୋଡ଼େଇଲେ ପ୍ରଶଂସକ, ଶେଷରେ…

zisanmohammad
0

ମୁମ୍ବାଇ: ଆଜିକାଲି ଆନ୍‌ଡ୍ରଏଡ୍‌ ଜମାନାରେ ଆଟୋଗ୍ରାଫ୍‌ ଜାଗାରେ ଫେସନ୍‌ ପାଲଟିଛି ଫଟୋଗ୍ରାଫ୍‌। ସେଲିବ୍ରେଟିମାନଙ୍କୁ ଦେଖିଲେ ଯେକେହି ବି ମୋବାଇଲ୍‌ ଧରି ଧାଇଁଥାନ୍ତି ଫଟୋଟିଏ ନେବା ପାଇଁ। ଖାସ୍‌ କରି ଯଦି ଷ୍ଟାର୍‌ କିଡ୍‌ ତୈତୁମର୍‌ ଅଲ୍ଳୀ ଖାନଙ୍କ ସହ ମାଆ କରୀନା ସାମ୍ନାରେ ନଜର ଆସନ୍ତି ତ କିଏ ବା ସୁଯୋଗ ହାତ ଛଡ଼ା କରିବାକୁ ଚାହିଁବ!

ଫଟୋରେ ଆପଣ ଦେଖିପାରୁଥିବେ ବିମାନବନ୍ଦରରେ ପୁଅ ତୈମୁରଙ୍କ ସହ ନଜର ଆସିଛନ୍ତି ବୋବୋ। ସେମାନଙ୍କ ସହ ଫଟୋଟିଏ ନେବା ପାଇଁ ଇଚ୍ଛା ପ୍ରକଟ କରିଥିଲେ ତାଙ୍କର ଜଣେ ଫ୍ୟାନ୍‌। ଏପରିକି ଫଟୋ ନେବା ପାଇଁ ବେବୋଙ୍କ ପଛେ ପଛେ ଅନେକ ବାଟ ପର୍ଯ୍ୟନ୍ତ ଧାଇଁ ଯାଇଥିଲେ। ହେଲେ ସେଲ୍‌ଫି ନେବାକୁ ସ୍ପଷ୍ଟ ମନା କରି ଦେଇଥିଲେ କରୀନା। ପ୍ରଶଂସକ ଜଣକ ସହଜରେ ଫେରି ନଥିଲେ। ବାରମ୍ବାର ଫଟୋଟିଏ ପାଇଁ କରୀନାଙ୍କୁ ନିବେଦନ କରିଥିଲେ। ହେଲେ କରୀନା ତାଙ୍କୁ ବିରକ୍ତି ଭାବ ପ୍ରକାଶ କରି ସେଲ୍‌ଫି ଦେବା ପାଇଁ ସ୍ପଷ୍ଟ ମନା କରି ଦେଇଥିଲେ।



from ମନୋରଞ୍ଜନ – Sambad https://ift.tt/2tAD0gq

Post a Comment

0Comments
Post a Comment (0)