ରାମ କେବଳ ହିନ୍ଦୁମାନଙ୍କର ନୁହଁନ୍ତି, ବରଂ ସାରା ସଂସାରର ଭଗବାନ : ଫାରୁକ୍‌ ଅବଦୁଲ୍ଲା

zisanmohammad
0

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିକୁ ସବୁବେଳେ ବିରୋଧ କରି ଆସୁଥିବା ନେସନାଲ୍‌ କନ୍ଫରେନ୍ସର ନେତା ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ ରାମ କେବଳ ହିନ୍ଦୁମାନଙ୍କର ନୁହଁନ୍ତି, ବରଂ ସାରା ସଂସାରର ଭଗବାନ ଅଟନ୍ତି। ଆମ ଆଦମି ପାର୍ଟି ଦ୍ୱାରା ଆୟୋଜିତ ବିପକ୍ଷ ମହାରାଲିରେ ଯୋଗ ଦେଇ ଫାରୁକ୍‌ ଅବଦୁଲ୍ଲା ଏହି କଥା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ‘ଆଜି ଆମେ ଧାର୍ମିକ ଆଧାର ଉପରେ ହିନ୍ଦୁ ଓ ମୁସଲମାନେ ଭାବେ ଦୁଇଭାଗରେ ବଣ୍ଟା ହୋଇଛୁ। ମୁଁ ହିନ୍ଦୁମାନଙ୍କୁ ପଚାରିବାକୁ ଚାହେଁ ଯେ କ’ଣ ରାମ କେବଳ ଆପଣଙ୍କର ରାମ? ପବିତ୍ର ଗ୍ରନ୍ଥମାନଙ୍କରେ ଲେଖା ହୋଇଛି ଯେ ରାମ ସାରା ସଂସାରରର ଭଗବାନ୍‌ ଅଟନ୍ତି। ଆମକୁ ନିଜର ନିଜ ଭିତରେ ଥିବା ଭେଦଭାବକୁ ଭୁଲି ବା ଉଚିତ।

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ ଭାରତରେ ହିନ୍ଦୁ,ମୁସଲମାନ୍‌,ଶିଖ ସମସ୍ତଙ୍କୁ ବଞ୍ଚିବା ଲାଗି ସମାନ ଅଧିକାର ରହିଛି। ସେ ଆଗରୁ ଅଯୋଧ୍ୟାରେ ରାମ ମନ୍ଦିର ହେବା ସପକ୍ଷରେ ମତ ଦେଇଥିଲେ।



from ଦେଶ- ବିଦେଶ – Sambad http://bit.ly/2IbNgFL

Post a Comment

0Comments
Post a Comment (0)