ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ସେନା ଟଣାଓଟରା

zisanmohammad
0

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି-ଶିବସେନା ଲୋକଭା ନିର୍ବାଚନ ପାଇଁ ମେଣ୍ଟ ଗଠନ କରିବାର ଦୁଇ ଦିନ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୁଣି ବିବାଦ ତୀବ୍ର ହୋଇଛି। ଆଗାମୀ ବିଧାନସଭା ନିର୍ବାଚନରେ ଯେଉଁ ଦଳ ଅଧିକ ଆସନରେ ବିଜୟୀ ହେବ, ସେହି ଦଳର ନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ବୟାନ ଦେବାପରେ ଶିବସେନା ଏହାକୁ ଜୋର୍‌ଦାର ବିରୋଧ କରିଛି। ଶିବସେନା ମନ୍ତ୍ରୀ ରାମଦାସ କଦମ କହିଛନ୍ତି ଯେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ଛାଡ଼ିବା ସର୍ତ୍ତରେ ଆମ ସହ ମେଣ୍ଟ କରିଛି। ଯଦି ଏହି ସର୍ତ୍ତ ପୂରଣ କରିବାକୁ ବିଜେପି ରାଜି ନୁହେଁ ତା’ହେଲେ ମେଣ୍ଟ ଭାଙ୍ଗିବା ପାଇଁ ରାସ୍ତା ଖୋଲିଯିବ। ବିଜେପି ଏବଂ ଶିବସେନା ନେତାମାନେ ମୁଖ୍ୟମନ୍ତ୍ରୀ ପଦ ନିଜ ନିଜ ଦଳରେ ରଖିବାକୁ ବୟାନ ଦେଉଥିବାରୁ ଏହାକୁ ନେଇ ବିଭ୍ରାନ୍ତିକର ସ୍ଥିତି ଉପୁଜିଛି। ବିଜେପି-ଶିବସେନା ଆଗାମୀ ଲୋକସଭା ନିର୍ବାଚନରେ ମିଳିତ ଭାବେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ବିଧାନସଭା ନିର୍ବାଚନକୁ ନେଇ ସମସ୍ୟା‌ ରହିଛି।



from ରାଜନୀତି – Sambad https://ift.tt/2V9b1zT

Post a Comment

0Comments
Post a Comment (0)