ବିଜେଡି ମୁଖପାତ୍ରଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

zisanmohammad
0

ଭୁବନେଶ୍ବର : ବିଜୁ ଜନତା ଦଳର ମୁଖପାତ୍ର ଭାବେ ଲେନିନ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ସେହିପରି ସୁଶାନ୍ତ ଚୌଧୁରୀଙ୍କୁ ରାଜ୍ୟ ସମ୍ପାଦକ ପଦବି ସହ ନବରଙ୍ଗୁପର ଜିଲ୍ଲା ଉମରକୋଟ୍ ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଗୁରୁବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସ୍ତରରେ କିଛି କର୍ମକର୍ତ୍ତାଙ୍କୁ ନୂତନ ପଦବୀରେ ନିୟୁକ୍ତି ଦେଇଥିବା ନେଇ ପ୍ରେସ୍ ଇସ୍ତାହାର ଜାରି କରି ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତି। ଲେନିନ ମହାନ୍ତିଙ୍କ ମୁଖପାତ୍ର ଭାବେ ନିଯୁକ୍ତି ପରେ ଦଳର ମୁଖପାତ୍ର ସଂଖ୍ୟା ୧୯ରେ ପହଞ୍ଚିଛି। ପ୍ରେସ୍ ଇସ୍ତାହାର ଅନୁଯାୟୀ, ସୁନିଲ କୁମାର ଦାସଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଓ ଯୁୂବ ବିଜେଡି ଉପଦେଷ୍ଟା କୁନ ବିହାରୀ ଦାସଙ୍କୁ ସମ୍ବଲପୁର ଜିଲ୍ଲା ସମ୍ବଲପୁର ଓ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ପାଇଁ ଦଳର ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ସେହିପରି ଦଳର ସଭାପତି ଶ୍ରୀ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବାସନ୍ତି ମହାପାତ୍ରଙ୍କୁ କେନ୍ଦୁଝର ଜିଲ୍ଲା ମହିଳା ବିଜେଡି ସଂଯୋଜିକା ଭାବେ ନିଯୁକ୍ତ କରିଥିବା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ନାୟକ ଜଣାଇଛନ୍ତି।



from ରାଜନୀତି – Sambad https://ift.tt/2GYwR5h

Post a Comment

0Comments
Post a Comment (0)