ଗୁରୁଗ୍ରାମ: ବେସରକାରୀ ସ୍କୁଲ୍‌ ଶୌଚାଳୟ ଭିତରେ ୩ ବର୍ଷୀୟା ନାବାଳିକା ଝାଡୁଦାର ଦ୍ୱାରା ଦୁଷ୍କର୍ମର ଶିକାର 

zisanmohammad
0

ଗୁରୁଗ୍ରାମ: ଗୁରୁଗ୍ରାମର ଏକ ବେସରକାରୀ ସ୍କୁଲ୍‌ରେ ଜଣେ ୩ ବର୍ଷୟା ନାବାଳିକାକୁ ଶୌଚାଳୟ ଭିତରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଲ୍‌ରେ ଗତ ଛଅ ବର୍ଷ ହେବ ଝାଡୁଦାର ଭାବେ କାମ କରୁଥିବା ଜଣେ କର୍ମଚାରୀ ଏପରି ଅମାନୁଷିକ କାର୍ଯ୍ୟ କରିଥିବା ସନ୍ଦେହ କରାଯାଉଛି। ପୀଡ଼ିତାଙ୍କ ବାପା ଅଭିଯୋଗ ଆଣିବା ପରେ ଏ ନେଇ ଏବେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି।

ପୁଲିସ୍‌ କ୍ରାଇମ୍‌ର ଆସିଷ୍ଟାଣ୍ଟ୍‌ କମିସନର୍‌ ସମସେର୍‌ ସିଂହ ଗଣାମାଧ୍ୟମରେ ଜଣାଇଛନ୍ତି ଯେ ଏକ ବେସରକାରୀ ସ୍କୁଲ୍‌ରେ ପଢୁଥିବା ନାବାଳିକା ସହ ଦୁଷ୍କର୍ମ ହୋଇଛି ବୋଲି ଏକ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଯାଇଛି।

 

ପ୍ରଥମେ ପୀଡ଼ିତାଙ୍କ ବ୍ୟକ୍ତିଗତ ଅଙ୍ଗରେ ଯନ୍ତ୍ରଣା ହେବା ପରେ ତାଙ୍କ ଘର ଲୋକ ପୀଡ଼ିତା ନାବାଳିକାକୁ ହସ୍ପିଟାଲ୍‌ ନେଇ ଯାଇଥିଲେ। ନାବାଳିକା ଜଣକ ଯୌନ ଶୋଷଣର ଶିକାର ହେବା କଥା ଡାକ୍ତର ଘରଲୋକଙ୍କୁ ଜଣାଇବା ପରେ ସତ ପଦାକୁ ଆସିଥିଲା।

ଡାକ୍ତରଙ୍କ ପାଖରୁ ସତ ଜାଣିବା ପରେ ପୀଡ଼ିତା ନାବାଳିକାର ବାପାମାଆ  ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଦେଖା କରି ତାଙ୍କ ଝିଅ ସହ ଏପରି ହୋଇଥିବା ଅଭିଯୋଗ ଆଣିଥିଲେ। ପରେ ସେମାନେ ପୁଲିସ୍‌ରେ ମଧ୍ୟ ଅଭିଯୋଗ ଲେଖାଇଛନ୍ତି।



from ଅପରାଧ – Sambad https://ift.tt/2IvrOfj

Post a Comment

0Comments
Post a Comment (0)