ଦିଲ୍ଲୀର ନାରାୟଣା ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ

zisanmohammad
0

ନୂଆଦିଲ୍ଲୀ: ଦିଲ୍ଲୀର ନାରାୟଣା ଶିଳ୍ପାଞ୍ଚଳରେ ଥିବା ଏକ ପେପର କାର୍ଡ କାରଖାନାରେ ଆଜି ସକାଳେ ନିଆଁ ଲାଗିଥିବା ଜଣାଯାଇଛି। ଏହା ଏକ ଭୟାବହ ଅଗ୍ନିକାଣ୍ଡ। ନାରାୟଣା ଶିଳ୍ପାଞ୍ଚଳରେଅଗ୍ନିକାଣ୍ଡ ସଂଗଠିତହେବାର ସୂଚନା ପାଇବା ମାତ୍ରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।ଏହି ନିଆଁ ଲିଭାଇବା ଲାଗି ୨୩ଟି ଦମକଳ ଗାର୍ଡର ବ୍ୟବହାର ହୋଇଥିବା ମଧ୍ୟ ଜଣାପଡିଛି। ଏହି କାରଖାନାରେ ଗ୍ରିିଟିଂ କାର୍ଡ ପ୍ରସ୍ତୁତ ହୋଇଥାଏ। ଏଥିରେ ଆର୍ଚିସ ଭଳି ବଡ ବ୍ରାଣ୍ଡର କାର୍ଡ ମଧ୍ୟ ସାମିଲ ଅଛି।

ଉପ ମୁଖ୍ୟ ଅଗ୍ନିଶମ ଅଧିକାରୀ ରାଜେଶ ପଓ୍ଵାର କହିଛନ୍ତି ଯେ ନିଆଁକୁ ଆୟତ୍ତ କରିବା ଲାଗି ୨୩ଟି ଦମକଳ ଗାଡି ଘଟଣା ସ୍ଥଳକୁ ପଠାଯାଇଛି। ଏଯାଏଁ କେହି ମୃତାହତ ହେବାର ଖବର ମିଳି ନାହିଁ। କିନ୍ତୁ ଏଯାଏଁ ନିଆଁକୁ ଆୟତ୍ତ କରାଯାଇପାରି ନଥିବା କୁହାଯାଉଛି।ଏଠାରେ ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ କରୋଲବାଗରେ ଥିବା ହୋଟେଲ ଅର୍ପିତ ପ୍ୟାଲେସରେ ଭୟାବହ ଅଗ୍ନିକାଣ୍ଡ ହେତୁ ୧୭ଜଣଙ୍କର ପ୍ରାଣ ହାନି ଘଟିଥିଲା। ଏହାପରେ ଦିଲ୍ଲୀରେ ଅଗ୍ନିକାଣ୍ଡକୁ ନେଇ ଆଶଙ୍କାରେ ରହିଛନ୍ତି ଦିଲ୍ଲୀବାସୀ।



from ଦେଶ- ବିଦେଶ – Sambad http://bit.ly/2I8cC7w

Post a Comment

0Comments
Post a Comment (0)