‘ବିଜୁ ବାବୁ’ରେ ପ୍ରେମ୍‌ ଆନନ୍ଦଙ୍କ ‘ଶିଙ୍ଗ ବାଜା’ ଏକ୍ସପେରିମେଣ୍ଟ

zisanmohammad
0

ଭୁବନେଶ୍ୱର: ସାଧାରଣତଃ ବାହାଘର ଶୋଭାଯାତ୍ରା କିମ୍ବା କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜିତ ହେଉଥିବା ଶୋଭାଯାତ୍ରାରେ ‘ଶିଙ୍ଗ ବାଜା’ ଦେଖିବାକୁ ମିଳିଥାଏ । ଗତ କିଛିଦିନ ତଳେ ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘ମାରନାମାସ୍‌’ର ଗୀତରେ ଏହି ପ୍ରସିଦ୍ଧ ‘ଶିଙ୍ଗ ବାଜା’କୁ ସାମିଲ କରାଯାଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତରେ ପ୍ରଥମ ଥର ପାଇଁ ଏହି ଶିଂଘବାଜାକୁ ବ୍ୟବହାର କରିଛନ୍ତି ମ୍ୟୁଜିକ୍‌ ସାଇଣ୍ଟିଷ୍ଟ ପ୍ରେମ୍‌ ଆନନ୍ଦ।

ଅନୁଭବଙ୍କ ଅଭିନୀତ ‘ବିଜୁ ବାବୁ’ ସିନେମାରେ ଥିବା ଚର୍ଚ୍ଚିତ ଗୀତ ‘ଓଏ ରାମଜୀ’ ରେ ପ୍ରଥମର ଥର ପାଇଁ ବ୍ୟବହାର ହୋଇଛି ଢ଼େଙ୍କାନାଳ ପ୍ରସିଦ୍ଧ ‘ଶିଙ୍ଗ ବାଜା’। ଏହି ଗୀତକୁ ଯୁବ ଗୀତିକାର ସୁବ୍ରତ ସ୍ୱାଇଁ ଲେଖିଥିବା ବେଳେ ଗାଇଛନ୍ତି କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି ।

ଏ ସଂପର୍କରେ ମ୍ୟୁଜିକ୍‌ ସାଇଣ୍ଟିଷ୍ଟ ପ୍ରେମ ଆନନ୍ଦ କୁହନ୍ତି, ଓଡ଼ିଶାର ପ୍ରସିଦ୍ଧ ‘ଶିଙ୍ଗ ବାଜା’କୁ ମୋ ଗୀତରେ ସାମିଲ କରିବାକୁ ଇଚ୍ଛା ଥିଲା। ସେଭଳି ଏକ ସୁଯୋଗ ମୋତେ ମିଳିବା ପରେ ‘ବିଜୁ ବାବୁ’ ସିନେମାରେ ଏହ ଶିଂଘବାଜାକୁ ସାମିଲ କରାଯାଇଛି। ଓଡ଼ିଶାର ଶ୍ରୋତା ଏହାକୁ ଭଲ ପାଇବେ ବୋଲି କହିଛନ୍ତି ପ୍ରେମ୍‌ ଆନନ୍ଦ ।



from ମନୋରଞ୍ଜନ – Sambad https://ift.tt/2BKl2fV

Post a Comment

0Comments
Post a Comment (0)