ଟେଣ୍ଡରକୁ ନେଇ ହଣାକଟା, ଦୁଇ ଆହତ, ୩ ଅଟକ

zisanmohammad
0

ଭୁବନେଶ୍ବର: ୟୁନିଟ୍-୯ ସ୍ଥିତ ଆର୍‌ଆଣ୍ଡବି କାର୍ଯ୍ୟାଳୟରେ ଟେଣ୍ଡର୍‌ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ହେବାରୁ ୨ ଆହତ ହୋଇଛନ୍ତି। ଏହି ଘଟଣାରେ ସହିଦନଗର ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଆହତ ଯୁବକ ହେଲେ ବାଲିଅନ୍ତା ଅଞ୍ଚଳର ରାକେଶ ସାହୁ ଓ ତାଙ୍କର ଜଣେ ସହଯୋଗୀ। ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ରାକେଶ ଓ ତାର ସହଯୋଗୀ ଟେଣ୍ଡର ପକାଇବାକୁ ଆସିଥିଲେ। ଏହି ସମୟରେ ଅନ୍ୟ ଗୋଷ୍ଠୀ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଏନେଇ ରାକେଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ କଟକ ରୋଡ୍‌ ସ୍ଥିତ ଏକ ବାର୍‌ରେ ଚଢ଼ଉ କରି ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।



from ଅପରାଧ – Sambad https://ift.tt/2IvUlRI

Post a Comment

0Comments
Post a Comment (0)