ଓସାକା ନୂଆ ମହିଳା ବିଜେତା :ଶୀର୍ଷ ମାନ୍ୟତା ପାଇବାରେ ପ୍ରଥମ ଏସୀୟ

zisanmohammad
0

ନାଓମି ଓସାକା ଅଷ୍ଟ୍ରେଲିଆନ୍‌ ଓପନ୍‌ର ନୂଆ ମହିଳା ବିଜେତା ‌ହୋଇଛନ୍ତି। ଏହି ଜାପାନୀ ଲଳନା ଶନିବାର ଚଳିତ ଋତୁର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ମହିଳା ଏକକ ଫାଇନାଲ୍‌ରେ ୱିମ୍ବଲଡନ୍‌ ବିଜୟିନୀ ତଥା ଚେକ୍‌ ଗଣରାଜ୍ୟର ପେଟ୍ରା କ୍ବିତୋଭାଙ୍କୁ ୭-୬, ୫-୭ ଓ ୬-୪ ସେଟ୍‌ରେ ପରାସ୍ତ କରି ଟ୍ରଫି କରାୟତ କରିଥିଲେ। ଫାଇନାଲ୍‌ ମ୍ୟାଚ୍‌ ୨ ଘଣ୍ଟା ୨୭ ମିନିଟ୍‌ରେ ଶେଷ ହୋଇଥିଲା। ଏଥି ସହିତ ଓସାକା ମଧ୍ୟ କ୍ରମାଗତ ଦ୍ବିତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବାର ସୌଭାଗ୍ୟ ପାଇଲେ। ଏହା ପୂର୍ବରୁ ସେ ଗତ ଋତୁର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡ୍‌ସ୍ଲାମ୍‌ ୟୁଏସ୍‌ ଓପନ୍‌ ବିଜେତା ହୋଇଥିଲେ। ଫଳରେ ଲଗାତାର ଦୁଇଟି ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତି ଓସାକା ଏବେ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନକୁ ମଧ୍ୟ ଲମ୍ଫ ମାରିଛନ୍ତି। ଆଉ ଶୀର୍ଷ ସ୍ଥାନ ଦଖଲ କରିବାରେ ଓସାକା ପ୍ରଥମ ଏସୀୟ ଖେଳାଳି ହୋଇଛନ୍ତି। କେବଳ ସେତିକି ନୁହେଁ, ୨୧ ବର୍ଷ ବୟସ୍କା ଓସାକା ମଧ୍ୟ ଡେନ୍‌ମାର୍କର କାରୋଲିନେ ୱଜ୍‌ନିଆକି (୨୦୦୦ରେ ଶୀର୍ଷ ମାନ୍ୟତା, ୨୦ ବର୍ଷ ବୟସ)ଙ୍କ ପରେ ସର୍ବକନିଷ୍ଠ ମହିଳା ଖେଳାଳି ଭାବେ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କଲେ। ଆହୁରି ପୁଣି ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଜିତିବା ପରେ ପରବର୍ତୀ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ହାସଲ କ୍ଷେତ୍ରରେ ଚତୁର୍ଥ ମାନ୍ୟତା ଓସାକା ମଧ୍ୟ ୧୮ ବର୍ଷ ପରେ ପ୍ରଥମ ମହିଳା ଖେଳାଳି ହୋଇଛନ୍ତି। ଶେଷ ଥର ପାଇଁ ଏଭଳି ସଫଳତା ୨୦୦୧ରେ ଜେନିଫର କାପ୍ରିଆତିଙ୍କୁ ମିଳିଥିଲା।



from ଖେଳ – Sambad http://bit.ly/2UgynDs

Post a Comment

0Comments
Post a Comment (0)