
ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ନିଉ ଅଶୋକ ନଗର ଅଞ୍ଚଳରେ ରବିବାର ସକାଳେ ଜଣେ ଯୁବକର ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ହତ୍ୟାକାଣ୍ଡର ଏବେ ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ପକ୍ଷରୁ କୁହାଯାଇଛି ଯେ ମୃତ ଯୁବକର ଜଣେ ସାଙ୍ଗ ସହିତ ତା’ର ମାଆଙ୍କର ଅନୈତିକ ସଂପର୍କ ଥିଲା। ଏହାକୁ ପୁଅ ବିରୋଧ କରୁଥିଲା।
ମୃତ ଯୁବକର ନାଆଁ ରବୀନ୍ଦ୍ର ପାଠକ (୩୦)। ସେ ଅଜିତ(୩୦) ସହିତ ସେଠାରେ ରହୁଥିଲା। ମୃତ ଯୁବକ ରବୀନ୍ଦ୍ରର ବାପା ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଥିବା ନିଜ ଗାଆଁରେ ରହୁଥିଲେ,ରବୀନ୍ଦ୍ର ବିବାହିତ ଥିଲା,ମାତ୍ର ବାହାାଘର ପରେ ତା’ର ସ୍ତ୍ରୀ ତାକୁ ଛାଡ଼ି ଚାଲିଯାଇଥିଲା। ସାତଟି ଝିଅ ଓ ଗୋଟିଏ ପୁଅର ମାଆ ସୁଭଦ୍ରା ଓ ଅଜିତ୍ ପ୍ରାୟ ଦୁଇ ବର୍ଷ ଧରି ଅନୈତିକ ସଂପର୍କ ରଖି ଆସୁଥିଲେ ଯାହାକୁ ବିରୋଧ କରି ଆସୁଥିଲା ରବୀନ୍ଦ୍ର। ଏଣୁ ସେମାନଙ୍କ ଭିତରେ ଝଗଡ଼ା ହୋଇଥିଲା।

from ଅପରାଧ – Sambad http://bit.ly/2WnlOYG