ମହିଳା ହକି ଟେଷ୍ଟ:ଭାରତ-ସ୍ପେନ୍ ୧-୧

zisanmohammad
0

ମୁର୍ସିଆ (ସ୍ପେନ୍‌),: ସ୍ପେନ୍‌ ଗସ୍ତର ପ୍ରଥମ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ଭାରତୀୟ ମହିଳା ହକି ଦଳ ରବିବାର ରାତିର‌ ଦ୍ବିତୀୟ ହକି ଟେଷ୍ଟ୍‌କୁ ୧-୧ ଗୋଲ୍‌ରେ ଅମୀମାଂସିତ ରଖିଛି। ଗୁରଜିତ୍ କୌରଙ୍କ ୪୩ତମ ମିନିଟ୍ ଗୋଲ୍‌ ବଳରେ ଭାରତ ଆଗୁଆ ହୋଇଥିଲା। କିନ୍ତୁ ୬ ମିନିଟ୍‌ ପରେ ମାରିଆ ଟୋଷ୍ଟ୍‌ (୪୯ ମିନିଟ) ଏହି ଗୋଲ୍‌ଟିକୁ ଶୁଝାଇ ଦେଇଥିଲେ। ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ବିତିବା ପରେ ଦ୍ବିତୀୟ କ୍ବାର୍ଟରରେ ଭାରତ ପ୍ରଥମ ‌ପେନାଲଟି କର୍ନର ପାଇଥିଲା। ସ୍ପାନିସ୍ ଗୋଲରକ୍ଷିକା କିନ୍ତୁ ଏହାକୁ ରୋକି ଦେଇଥିଲେ। ପ୍ରଥମାର୍ଧ ପରେ ସ୍ପେନ୍ ଚାପ ସୃଷ୍ଟି ଲାଗି ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଏହାକୁ ପଣ୍ଡ କରି ଦେଇଥିଲା। ବରଂ ଭାରତ ଏକ ପେନାଲ୍‌ଟି କର୍ନର ଅର୍ଜନ କରି ଡ୍ରାଗ୍ ଫ୍ଲିକର ଗୁରଜିତ୍‌ଙ୍କ ଜରିଆରେ ଗୋଲ୍ ଦେଇଥିଲା। ଟୋଷ୍ଟ୍‌ଙ୍କ ସୁନ୍ଦର ଗୋଲ୍‌ ମ୍ୟାଚ୍‌କୁ ୧-୧ ସ୍ତରକୁ‌ ନେଇଯାଇଥିଲା। ମଙ୍ଗଳବାର ଭାରତୀୟ ଦଳ ଗସ୍ତର ତୃତୀୟ ଟେଷ୍ଟ୍‌ ଖେଳିବ।



from ଖେଳ – Sambad http://bit.ly/2HC2mnH

Post a Comment

0Comments
Post a Comment (0)