ଆସନ୍ତା ୨୯ ଓ ୩ରେ ଓଡ଼ିଶା ଆସିବେ ଅମିତ ଶାହ

zisanmohammad
0

ଭୁବନେଶ୍ୱର: ଦୁଇ ଦିନ ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଶାହ ଆଗାମୀ ଫେବ୍ରୁଆରି ୩ରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ ବୋଲି ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ ରବିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶାରେ ବିଜେପିର ମିଶନ ୧୨୦ ସଫଳ ହେବ ବୋଲି ବିଜେପିର ବରିଷ୍ଠ ନେତା ସିଂହ କହିଛନ୍ତି।

ଅରୁଣ ସିଂହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀ ମିଛୁଆ ଦଳର ସିଇଓ। ତାଙ୍କର ଗସ୍ତ ବିଜେପି ଉପରେ କିଛି ପ୍ରଭାବ ପଡ଼ିବ ନାହିଁ।



from ରାଜନୀତି – Sambad http://bit.ly/2UpVUC3

Post a Comment

0Comments
Post a Comment (0)