
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆସନ୍ତା ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି। ଏବଂ ଆସନ୍ତା ଏପ୍ରିଲ- ମେ ମାସରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇପାରେ। କାରଣ, ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଦେଶର ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ନିର୍ବାଚନ ଅଧିକାରୀମାନଙ୍କ ନିକଟକୁ ଏକ ନିର୍ଦ୍ଦେଶନାମା ପଠାଯାଇଛି।
ନିର୍ବାଚନ କମିଶନଙ୍କ ପକ୍ଷରୁ ପଠା ଯାଇଥିବା ନିର୍ଦ୍ଦେଶନାମାରେ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ କମିଚାରୀମାନଙ୍କର ବଦଳି ଓ ନିଯୁକ୍ତି କାର୍ଯ୍ୟକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ନିର୍ବାଚନ କମିଶନଙ୍କ ଏହି ନିର୍ଦ୍ଦେଶନାମା ପରିପ୍ରେକ୍ଷୀରେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଏପରି ଆକଳନ କରାଯାଉଛି।
Election Commission writes to Chief Secys&Chief Electoral Officers of all states&union territories regarding transfer/posting of officers in the light of General Elections to the Lok Sabha, 2019 & state legislative assemblies of Andhra Pradesh, Arunachal Pradesh, Odisha & Sikkim. pic.twitter.com/YcxOzWBlQ9
— ANI (@ANI) January 28, 2019
୨୦୧୯ ସାଧାରଣ ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକିମ୍ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ଏକକାଳୀନ ଆୟୋଜିତ ହୋଇପାରେ। କାରଣ, ଏହି ସମସ୍ତ ରାଜ୍ୟର ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେଉଛି। ସେହିପରି ବର୍ତ୍ତମାନ ଚାଲିଥିବା ଲୋକସଭାର କାର୍ଯ୍ୟକାଳ ଜୁନ୍ ୩ ତାରିଖରେ ଶେଷ ହୋଇଛି।
from ରାଜନୀତି – Sambad http://bit.ly/2DI1SZl
