ପୂଜାରା ‌ସୌରାଷ୍ଟ୍ରକୁ ରଣଜୀ ଫାଇନାଲ୍ ନେଲେ

zisanmohammad
0

ବେଙ୍ଗାଲୁରୁ: ଚେତେଶ୍ବର ପୂଜାରାଙ୍କ ଅପରାଜିତ ଶତକ (୧୩୧*, ୨୬୬ ବଲ୍‌, ୧୭ ଚୌକା) ଏବଂ ସେଲ୍‌ଡନ୍ ଜ୍ୟାକ୍‌ସନ୍ (୧୦୦, ୨୧୭ ବଲ୍‌, ୧୫ ଚୌକା)ଙ୍କ ସହିତ ଦ୍ବିଶତକ (୨୧୪ ରନ୍‌) ଭାଗୀଦାରି ସହାୟତାରେ‌ ସୌରାଷ୍ଟ୍ର ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ଭ୍ରମଣକାରୀ ସୌରାଷ୍ଟ୍ର ଦଳ ସୋମବାର ପଞ୍ଚମ ତଥା ଶେଷ ଦିନରେ ପୂର୍ବବିଜେତା କର୍ଣ୍ଣାଟକକୁ ନିଜ ମାଟିରେ ହରାଇ ସପ୍ତମ ଋତୁରେ ତୃତୀୟ ଥର ଫାଇନାଲ୍ ପହଞ୍ଚିଛି। ଫେବ୍ରୁଆରି ୩ ତାରିଖରୁ ନାଗପୁରରେ ଖେଳାଯିବାକୁ ଥିବା ଫାଇନାଲରେ ସୌରାଷ୍ଟ୍ର ଗତବର୍ଷର ବିଜେତା ବିଦର୍ଭକୁ ଭେଟିବ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ବିଦର୍ଭ ମାତ୍ର ୨ ଦିନ ଭିତରେ କେରଳକୁ ପରାସ୍ତ କରି ନାଗପୁର ପହଞ୍ଚିଯାଇଛି।
ସୋମବାର ଶେଷ ଦିନରେ ସୌରାଷ୍ଟ୍ର ୨୨୪/୩ରୁ‌ ଖେଳିଥିବାବେଳେ ବିଜୟଠାରୁ ମାତ୍ର ୫୫ ରନ୍ ଦୂରରେ ଥିଲା। ଭାରତୀୟ କ୍ରିକେଟ୍‌ର ପ୍ରାଚୀର ସାବ୍ୟସ୍ତ ହୋଇ ସାରିଥିବା ପୂଜାରା ଏହି ସୁଯୋଗକୁ ହାତଛଡ଼ା ହେବାକୁ ଦେଇନଥିଲେ। ବରଂ ସକାଳେ ୧୭.୪ ଓଭର ଖେଳି ୨ ୱିକେଟ୍‌ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା। ରୋନିତ ମୋରେଙ୍କୁ ଚୌକା ମାରି ପ୍ରେରକ ମଙ୍କଡ ବିଜୟ ମୁଣ୍ଡି ମାରିଥିଲେ ସତ କିନ୍ତୁ ପୂଜାରା ହିଁ ଶେଷରେ ନାୟକ ସାଜିଥିଲେ। ନିଜର ଏହି ‌ଧୈର୍ଯ୍ୟଭରା ପାଳି ଅବସରରେ କିନ୍ତୁ ପୂଜାରା କିଛି ସ୍ଥାନୀୟ ପ୍ରଶଂସକଙ୍କ ଆକ୍ଷେପର ସମ୍ମୁଖୀନ ହୋଇଥିଲେ। କର୍ଣ୍ଣାଟକ ଖେଳାଳିଙ୍କ ଜୋରଦାର ଆବେଦନ ସତ୍ତ୍ବେ ଅମ୍ପାୟାର ତାଙ୍କୁ ଆଉଟ୍ ‌ନ ଦେବାରୁ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ପୂଜାରା ଏହା ଦ୍ବାରା ପ୍ରଭାବିତ ହୋଇନଥିଲେ। ପ୍ରଥମ ପାଳିରେ ପଛୁଆ ରହି ସୌରାଷ୍ଟ୍ର ମ୍ୟାଚ୍ ଜିତି‌ ନେଇଥିଲା। ଶେଷକୁ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପୂଜାରାଙ୍କୁ ମିଳିଥିଲା।
ସଂକ୍ଷିପ୍ତ ସ୍କୋର: କର୍ଣ୍ଣାଟକ ୨୭୫ ଏବଂ ୨୩୯।‌ ସୌରାଷ୍ଟ୍ର : ୨୩୬ ଏବଂ ୨୭୯/୫ (ପୂଜାରା-୧୩୧*, ଜ୍ୟାକସନ୍-୧୦୦, ବିନୟ କୁମାର-୩/୭୫)।



from ଖେଳ – Sambad http://bit.ly/2HF8ziP

Post a Comment

0Comments
Post a Comment (0)