ସ୍କୁଲ୍‌ ବସ୍‌ ଓଲଟି ୨୦ ପିଲା ଆହତ

zisanmohammad
0

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ୫୦ ଜଣ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଗୋଟିଏ ସ୍କୁଲ୍‌ ବସ୍‌ ସୋମବାର ସକାଳେ ଓଲଟି ପଡ଼ିବାରୁ ଅନ୍ୟୂନ ୨୦ ଜଣ ପିଲା ଆହତ ହୋଇଛନ୍ତି।

ଦୁର୍ଘଟନାର ପ୍ରଭାବରେ ୨୦ ଜଣ ପିଲା ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ସାଙ୍ଘାତିକ ଆହତଙ୍କ ସଂଖ୍ୟା ୬ ବୋଲି କୁହାଯାଉଛି। ଚିକିତ୍ସା ନିମନ୍ତେ ସେମାନଙ୍କୁ ମାଚାର୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଚିକିତ୍ସା କରାଇବାକୁ ସେଠାରେ ସେ ସମୟରେ ଡାକ୍ତର ନ ଥିଲେ। ତା’ଛଡ଼ା ସୁଇପର୍‌ମାନେ ଆହତ ପିଲାଙ୍କୁ ପଟି ବାନ୍ଧୁ ଥିବାର ମଧ୍ୟ ଦେଖାଯାଇଥିଲା।

ପୁଲିସ କହିବା ଅନୁସାରେ, ବସ୍‌ରେ ୫୨ ଜଣ ପିଲା ଓ ଜଣେ ଶିକ୍ଷକ ଥିଲେ। ଆହତ ସ୍କୁଲ୍‌ ପିଲାମାନେ ହେଉଛନ୍ତି ମଣ୍ଡାଡ଼ି ଓ ଉପ୍ପାଲପାଡୁ ଗ୍ରାମର। ବସ୍‌ରେ ସେମାନେ ଶ୍ରୀଶୈଳମ୍‌-ମାର୍ଚାଲା ରାଜପଥ ଦେଇ ବେଲଦୁର୍ତିସ୍ଥିତ ସ୍କୁଲ୍‌କୁ ଯିବା ବାଟରେ ଗୋଟାଏ ବୁଲାଣିରେ ଡ୍ରାଇଭର୍‌ ବସ୍‌ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ଓଲଟି ପଡ଼ିଥିଲା। ଓଲଟିବା ସମୟରେ ବସ୍‌ଟି ରାସ୍ତାରେ ଥିବା ଗୋଟିଏ ଛୋଟ ପୋଲ ଅତିକ୍ରମ କରୁଥିଲା। ଫଳରେ ବସ୍‌ଟି ପୋଲ ତଳେ ଥିବା ଜଳଧାରା ମଧ୍ୟକୁ ଖସି ପଡ଼ିଲା।

ସମ୍ପୃକ୍ତ ବସ୍‌ ଚାଳକକୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଥିବା କଥା ପୁଲିସ କହିଛି।
ସ୍ଥାନୀୟ ଲୋକେ ଘଟନାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ।



from ଦେଶ- ବିଦେଶ – Sambad http://bit.ly/2HBunvO

Post a Comment

0Comments
Post a Comment (0)