
ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ନିମନ୍ତେ ବିହାରରେ ଆସନ ବୁଝାମଣା ହୋଇଥିବା କଥା ରବିବାର ଦିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନେସ୍ନାଲ୍ ଡେମୋକ୍ରାଟିକ୍ ଆଲିଏନ୍ସ୍ର ନେତୃବୃନ୍ଦ ଘୋଷଣା କରିଛନ୍ତି। ବୁଝାମଣା ଅନୁସାରେ, ଭାରତୀୟ ଜନତା ପାର୍ଟି ଏବଂ ଜନତା ଦଳ ୟୁନାଇଟେଡ୍ ପ୍ରତ୍ୟେକ ୧୭ଟି ଲେଖାଏଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ବେଳେ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରୁ ପ୍ରତିଦ୍ୱନ୍ଦିତା କରିବ।
ଐକ୍ୟ ପ୍ରଦର୍ଶନ ପୂର୍ବକ ବିଜେପି ଅଧ୍ୟକ୍ଷ ଅମିତ ଶାହା, ଜେଡିୟୁ ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଏଲ୍ଜେପି ମୁଖ୍ୟ ରାମ ବିଳାସ ପାସଓ୍ଵାନ ଏହି ଘୋଷଣା କରିଛନ୍ତି। ଆସନ ଭାଗବଣ୍ଟା ନିମନ୍ତେ ଗତ କିଛି ମାସ ଧରି ମେଣ୍ଟ ମଧ୍ୟରେ ଆଲୋଚନା ଚାଲିଥିଲା।
ଅମିତ ଶାହା ଓ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ସହ ଏଲ୍ଜେପି ମୁଖ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସଓ୍ଵାନ ଏବଂ ତାଙ୍କ ପୁତ୍ର ଚିରାଗ ପାସଓ୍ଵାନ୍ ଅନେକ ଥର ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା।
from ଦେଶ- ବିଦେଶ – Sambad http://bit.ly/2GCs0IE