ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ସସ୍ତ୍ରୀକ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ

zisanmohammad
0

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ସପତ୍ନୀକ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ମନ୍ଦିର ଭିତରେ ପ୍ରାୟ ଅଧଘଣ୍ଟା ରହି ଶ୍ରୀ ରାଓ ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ପତ୍ନୀ ଓ ସମ୍ପର୍କୀୟମାନଙ୍କ ସହିତ କାର ଯୋଗେ ପୁରୀ ସର୍କିଟ ହାଉସ୍‌ ଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ଅତିରିକ୍ତ ପୁଲିସ ଅଧିକ୍ଷକ ପ୍ରତାପ ସ୍ୱାଇଁ ସ୍ୱାଗତ କରିଥିଲେ। ସର୍କିଟ ହାଉସରେ କିଛି ସମୟ ରହିବା ପରେ ଶ୍ରୀ ରାଓ ସପତ୍ନୀକ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ। ଶ୍ରୀ ରାଓ ସିଂହଦ୍ୱାର ଠାରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ଶ୍ରୀ ରାଓ ସପରିବାରେ ମନ୍ଦିର ଭିତରକୁ ଯାଇ ରତ୍ନବେଦୀରେ ଆସୀନ ମହାପ୍ରଭୂ ଶ୍ରୀ ଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳଦେବ ଓ ମା ଶୁଭଦ୍ରାଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି।



from ଜିଲ୍ଲା – Sambad http://bit.ly/2Rb9YkV

Post a Comment

0Comments
Post a Comment (0)