ହନୁମାନଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ଯୋଗୀ ଓ ମୋଦୀଙ୍କ ଉପରେ ବର୍ଷିଲେ କମ୍ପ୍ୟୁଟର ବାବା

zisanmohammad
0

ନୂଆଦିଲ୍ଲୀ: ହିନ୍ଦୁ ଦେବତା ହନୁମାନଙ୍କ ସଂପ୍ରଦାୟକୁ କେନ୍ଦ୍ର କରି ବିଜେପି ନେତାମାନଙ୍କର ବିବାଦୀୟ ବୟାନ ଦେଶରେ ବିତର୍କ ସୃଷ୍ଟି କରିଥିବା ବେଳେ ମଧ୍ୟପ୍ରଦେଶର ପୂର୍ବତନ ବିଜେପି ମନ୍ତ୍ରୀ ନାମଦେଓ ଦାସ ତ୍ୟାଗୀ ଓରଫ କମ୍ପ୍ୟୁଟର ବାବା ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ନାମଦେଓ ଦାସ ତ୍ୟାଗୀ ଓରଫ କମ୍ପ୍ୟୁଟର ବାବା ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହିନ୍ଦୁ ଧର୍ମ ବିରୋଧୀ ବୋଲି କହିବାକୁ ସୁଦ୍ଧା କୁଣ୍ଠାବୋଧ କରିନାହାନ୍ତି। ହନୁମାନଙ୍କୁ ଦଳିତ କହିଥିବାରୁ ଯୋଗୀ ସର୍ବ ସମ୍ମୁଖରେ କ୍ଷମାମାଗନ୍ତୁ ବୋଲି ମଧ୍ୟ ସେ ଦାବୀ କରିଛନ୍ତି। ଯଦି ଯୋଗୀ କ୍ଷମା ନ ମାଗନ୍ତି ତେବେ ସେ ମକର ସଂକ୍ରାନ୍ତି ଦିନ ଗଙ୍ଗାରେ ବୁଡ଼ ପକାଇ ସେଇଦିନ ଠାରୁ ଯୋଗୀଙ୍କ ବିରୋଧରେ ତାଙ୍କର ଅଭିଯାନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଯୋଗୀ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନର ନାମକୁ ଯେପରି ଢ଼ଙ୍ଗରେ ପରିବର୍ତ୍ତନ କରୁଛନ୍ତି ତାକୁ ମଧ୍ୟ ବିରୋଧ କରିଛନ୍ତି କମ୍ପ୍ୟୁଟର ବାବା। ଏପ୍ରସଙ୍ଗରେ ସେ ମୋଦୀଙ୍କୁ ପରାମର୍ଶ ଦେଇ ବିଜେପିର ନା କଂଗ୍ରେସକୁ ପରିବର୍ତ୍ତନ କରିଦେବାକୁ ପରାମର୍ଶ ଦେଇଛନ୍ତି।



from ରାଜନୀତି – Sambad http://bit.ly/2PZ9sBH

Post a Comment

0Comments
Post a Comment (0)