ମେଲବୋର୍ଣ୍ଣ ଟେଷ୍ଟ: ବାଦ ପଡ଼ିଲେ ରାହୁଲ , ବିଜୟ, ଫେରିଲେ ରୋହିତ, ଜାଦେଜା, ମୟଙ୍କ ଅଗ୍ରଓ୍ଵାଲଙ୍କୁ ପ୍ରଥମ ସୁଯୋଗ

zisanmohammad
0

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିରୋଧରେ ଆସନ୍ତା କାଲି ଖେଳା ଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦୁଇ ଓପନର କେ ଏଲ ରାହୁଲ ଓ ମୁରଲୀ ବିଜୟଙ୍କୁ ସୁଯୋଗ ମିଳିବ ନାହିଁ। ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ବକ୍ସିଂ ଡେ ଟେଷ୍ଟ ପାଇଁ ଖେଳାଳି ଏକାଦଶଙ୍କୁ ଚୟନ କରିଛି ସେଥିରେ ଦୁଇ ଓପନର କେ ଏଲ ରାହୁଲ ଓ ମୁରଲୀ ବିଜୟଙ୍କୁ ବାଦ ଦିଆଯାଇଛି। ସେହିପରି ଆସନ୍ତା କାଲି ଟେଷ୍ଟ ପାଇଁ ଯେଉଁ ୧୧ ଜଣ ଖେଳାଳିଙ୍କୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ସ୍ଥିର କରିଛନ୍ତି ସେଥିରେ ମୟଙ୍କ ଅଗ୍ରଓ୍ଵାଲ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଭାରତୀୟ ଖେଳାଳି ଏକାଦରେ ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ସ୍ଥାନ ପାଇଛନ୍ତି। ଅନ୍ୟତମ ଖେଳାଳି ଭାବେ ଉମେଶ ଯାଦବ ତୃତୀୟ ଟେଷ୍ଟର ୧୧ ଜଣିଆ ଦଳରୁ ବାଦ ପଡ଼ିଛନ୍ତିି।
ଭାରତୀୟ ଓପନର ମୂରଲୀ ବିଜୟ ପ୍ରଥମ ଦୁଇଟି ଟେଷ୍ଟରେ ଯଥାକ୍ରମରେ ୧୧,୧୮, ୦ ଓ ୨୦ ରନ୍‌ କରିଥିବା ବେଳେ ରାହୁଲ ୨,୪୪,୨ ଓ ୦ ରନ୍‌ କରି ଭାରତର ଓପନିିଂ ସମସ୍ୟା ବଢ଼ାଇ ଦେଇଥିଲେ। ତେଣୁ ତୃତୀୟ ଟେଷ୍ଟରୁ ସେମାନଙ୍କୁ ନ ଖେଳାଇବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଖେଳାଳି ଏକାଦଶ: ବିରାଟ କୋହଲି( ଅଧିନାୟକ) ଅଜିଙ୍କ୍ୟ ରାହାନେ ( ଉପଅଧିନାୟକ),ମୟଙ୍କ ଅଗ୍ରଓବାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରୋହି ଶର୍ମା, ଋଷଭ ପନ୍ଥ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ଜସ୍‌ପ୍ରିତ ବୁମ୍‌ରା।



from ଖେଳ – Sambad http://bit.ly/2T4HtSY

Post a Comment

0Comments
Post a Comment (0)