ପୁରୀ: ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳିମାଡ଼, ଯୁବକ ଗୁରୁତର, ଗ୍ୟାଙ୍ଗଓ୍ଵାର ସନ୍ଦେହ

zisanmohammad
0

ପୁରୀ: ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଯୁବକଙ୍କ କାନ୍ଥ ଓ କାନରେ ଗୁଳି ବାଜିଥିବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଗୁଳିକାଣ୍ଡ ଏକ ଗ୍ୟାଙ୍ଗଓ୍ଵାର ବୋଲି ପୁଲିସ ଆଶଙ୍କା କରିଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ ସଞ୍ଜୟ ବେହେରା ଓରଫ ପାରା ( ୨୭ ବର୍ଷ) ନାମକ ଜଣେ ଯୁବକଙ୍କ ଉପରକୁ କେତେକ ଅଜ୍ଞାତ ଯୁବକ ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ପରେ ସଞ୍ଜୟ ପଡ଼ିଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ତୁରନ୍ତ ସଞ୍ଜୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସଞ୍ଜୟଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦା ବଟି ଆଦାୟ ଆଦି ପ୍ରାୟ ୨୦ଟି ମାମଲା ରହିଛି। ତେଣୁ ସଞ୍ଜୟଙ୍କ ବିରୋଧୀ ଗୋଷ୍ଠୀ ଏହି ଗୁଳିକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।



from ଜିଲ୍ଲା – Sambad http://bit.ly/2rSOvyP

Post a Comment

0Comments
Post a Comment (0)