ଜିରୋ ସ‌ିନେମା ଦେଖି କୋହଲି ସମାଲୋଚିତ

zisanmohammad
0

ନୂଆଦିଲ୍ଲୀ: ଡ଼ିସେମ୍ବର ୨୧ରେ ମୁକ୍ତିଲାଭ କରିଛି ଜିରୋ । ମୁଖ୍ୟ ଭୂମିକାରେ ଶାହାରୁଖ୍‌ ଖାନ୍‌, ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ ନଜରକୁ ଆସୁଥିବା ବେଳେ ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳୁଥିବା ଦେଖା ଯାଇଛି । ତେବେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ମେଲବର୍ନ ଟେଷ୍ଟ୍ ପୂର୍ବରୁ ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ଅଭିନୀତ ଏହି ସିନେମା ଦେଖିବା ପାଇଁ ଭୁଲି ନଥିଲେ । ଫିଲ୍ମ ଦେଖିବା ସହ ଟୁଇଟ୍‌ କରି ଜିରୋର ସବୁ କଳାକାର ଭଲ ପ୍ରଦର୍ଶନ କରିଥିବା କହିଥିଲେ ବିରାଟ। ଏହା ସହ ଫିଲ୍ମରେ ଅନୁଷ୍କାଙ୍କ ଅଭିନୟ ତାଙ୍କୁ ଅଧିକ ପସନ୍ଦ ଆସିଲା ବୋଲି ଲେଖିଥିଲେ ବିରାଟ । କିନ୍ତୁ ତାଙ୍କୁ ଜଣା ନଥିଲା, ତାଙ୍କର ଏହି ଟୁଇଟ୍‌ ତାଙ୍କୁ ଭାରି ପଡ଼ିବ। କ୍ରିକେଟ୍ ଉପରୁ ନଜର ହଟାଇ କୋହଲି ସିନେମା‌ ଦେଖିବାକୁ ପ୍ରଶଂସକ ଗ୍ରହଣ କରିପାରିନାହାନ୍ତି। ବିରାଟଙ୍କ ଟୁଇଟ୍‌ ପରେ ଏହ‌ାର ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କିଏ ପତ୍ନୀଙ୍କ ଡରରେ ବିରାଟ ଏପରି ଲେଖିଥିବା ଉଲ୍ଲେଖ କରିଥିବା ବେଳେ କିଏ ତୁମକୁ କ’ଣ ଏହି କାମ ପାଇଁ ଅଷ୍ଟ୍ରେଲିଆ ପଠା ଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି।



from ଖେଳ – Sambad http://bit.ly/2T4H9DK

Post a Comment

0Comments
Post a Comment (0)