ସୋନପୁରରେ ତୋଗାଡ଼ିଆଙ୍କ ସାମ୍ବାଦିକ ସମ୍ମିଳନୀ : ‘ହିନ୍ଦୁତ୍ବକୁ ନେଇ ଗଠନ ହେବ ରାଜନୈତିକ ଦଳ’

zisanmohammad
0

ସୋନପୁର : ନରେନ୍ଦ୍ର ମୋଦୀ ସରକାର ନିର୍ବଚନୀ ପ୍ରତିଶ୍ରୁତି ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥର ଦେଶରେ ହିନ୍ଦୁତ୍ବ ସରକାର ଗଠନ ହେବ ଏବଂ ଏଥିପାଇଁ ପ୍ରୟାସ ଚାଲିଛି ବୋଲି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ. ପ୍ରବୀଣ ଭାଇ ତୋଗାଡିଆ ସୋନପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସମୃଦ୍ଧ ଭାରତ, ସୁରକ୍ଷିତ ଭାରତ, ସମ୍ମାନିତ ଭାରତ ଗଠନ କରିବାରେ ମୋଦୀ ସରକାର ବିଫଳ ହୋଇଛନ୍ତି। ହିନ୍ଦୁତ୍ବ ସରକାର ଆସିଲେ ଏହି ସବୁକୁ ରକ୍ଷା କରିବ ବୋଲି ଡ.ତୋଗାଡିଆ ସୂଚନା ଦେଇଛନ୍ତି। ଏଥିପାଇଁ ହିନ୍ଦୁତ୍ବକୁ ନେଇ ଏକ ରାଜନୈତିକ ଦଳ ଗଠନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ସେ ଆହୁରି କହଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ୨ କୋଟି ଯୁବକଙ୍କୁ ନିଯୁକ୍ତି, ଆସାମରୁ ୪୦ ଲକ୍ଷ ବାଙ୍ଗଳାଦେଶୀ ଅନୁପ୍ରବେଶକାରୀ ହଟାଇବା, ସ୍ବାମୀନାଥନ କମିଟି ରିପୋର୍ଟକୁ ଆଧାର କରି ଚାଷୀଙ୍କୁ ଋଣମୁକ୍ତ କରିବା ଏବଂ ସେମାନଙ୍କୁ ଧାନର ସହାୟକ ମୂଲ୍ୟ ୨ହଜାର ୫ ଶହ ଟଙ୍କା କରିବା ତଥା ସୁସ୍ଥ ଶିକ୍ଷା, ସ୍ବାସ୍ଥ୍ୟ ସେବା ପ୍ରଦାନ ଆଦି ପ୍ରତିଶ୍ରୁତି ପାଳନ କରିବାରେ ମୋଦୀ ସରକାର ବିଫଳ ହୋଇଛନ୍ତି । ସେହିପରି ଜାମ୍ମୁ କାଶ୍ମୀରରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ମୋଦୀ ସରକାର ବିଫଳ ହୋଇଛନ୍ତି। ଓଡ଼ିଶାର ୮ ଟି ଜିଲ୍ଲାରେ ୧ ଲକ୍ଷ କେନ୍ଦ୍ରରେ ୧ ମୁଠି ଅନାଜ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ତଥା ଆସନ୍ତା ଫେବ୍ରୁଆରି ସୁଦ୍ଧା ୧ ଲକ୍ଷ ସଭ୍ୟ ସଂଗ୍ରହ କରିବା ଯୋଜନା ରହିଥିବା ପ୍ରକାଶ କରିଥିଲେ। ଏହି ସମ୍ବାଦିକ ସମ୍ମିଲନୀରେ ପୂର୍ବ ଓଡିଶା ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପ୍ରାନ୍ତ ସଭାପତି ଅରୁଣ ଉପାଧ୍ୟାୟ, ଅଃନ୍ତରାଷ୍ଟ୍ରୀୟ ପ୍ରାନ୍ତ ଧର୍ମାଚାର୍ଯ୍ୟ ସଂଗଠନ ପ୍ରମୁଖ ମହାଦେବ ଚୈତନ୍ୟ ଜି ମହାରାଜ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।



from ରାଜନୀତି – Sambad http://bit.ly/2PWrHYB

Post a Comment

0Comments
Post a Comment (0)