ସହରକୁ ପଶିଲା ଦନ୍ତା : ଦିନତମାମ ଛକାପଞ୍ଝା, କାଟୁ କରୁନି ବାଣ, ନିଆଁ

zisanmohammad
0

କଟକ-ସିଡିଏ : ସେକ୍ଟର-୧୩ ନିକଟସ୍ଥ ଧବଳେଶ୍ବର ଗଡ଼ାରେ ୧୩ ହାତୀ ଉତ୍ପାତ କରିବା ଘଟଣାକୁ ଦେଢ଼ ମାସ ନପୂରୁଣୁ ଆଜି ସେକ୍ଟର-୯ ଭିତରକୁ ପଶି ଆସିଛି ଗୋଟିଏ ଦନ୍ତା ହାତୀ। ଦିନତମାମ୍ ହାତୀ ଦୌରାତ୍ମ୍ୟ ଦେଖିବାକୁ ମିଳିଥିବା ବେଳେ ଭୟରେ ସ୍ଥାନୀୟ ବାସିନ୍ଦା ଘରୁ ବାହାରି ପାରିନାହାନ୍ତି। ଟ୍ରମ୍ପେ ରୋଡ୍ ଦୋକାନ ବଜାର ବି ଦିନତମାମ ବନ୍ଦ ରହିଛି। ରିପୋର୍ଟ ଲେଖା ହେଲାବେଳକୁ ହାତୀ ଏନକ୍ଲେଭ୍‌ ନିକଟ କାଜୁ ଜଂଗଲରେ ଥିବା ବେଳେ ବନ ବିଭାଗ ତାକୁ ଘଉଡ଼ାଇବା ପାଇଁ ପ୍ରାଣମୂର୍ଚ୍ଛା ଚଳାଇଛି।

ସୂଚନାନୁଯାୟୀ, ଆଜି ଭୋର ପ୍ରାୟ ୫ଟା ବେଳେ ଜଷ୍ଟିସ ଛକପଟୁ ଟ୍ରମ୍ପେ ରୋଡ୍‌ ଦେଇ ସେକ୍ଟର-୯ ଆଡ଼କୁ ହାତୀ ଆସୁଥିବା ଜଣେ ପଥଚାରୀ ପ୍ରଥମେ ଦେଖିବାକୁ ପାଇଥିଲେ। ଭୟରେ ସେ ଘରେ ପଶିଯାଇଥିଲେ। ବନ ବିଭାଗ ସଂଧ୍ୟାରେ କାଠଯୋଡ଼ି ଏନ୍‌କ୍ଲେଭ ନିକଟସ୍ଥ ଜ˚ଗଲରେ ବାଣ ଫୁଟାଇବା ସହିତ ନିଆଁ ଜଳାଇଥିଲା। ନିଆଁ ଦେଖିବା ପରେ ହାତୀ ଜ˚ଗଲ ଛାଡ଼ି କାଠଯୋଡ଼ି ଏନ୍‌କ୍ଲେଭ୍‌ ସାମ୍‌ନାରେ ଥିବା ମୁଖ୍ୟ ରାସ୍ତାକୁ ପଳାଇ ଆସିଥିଲା। କିନ୍ତୁ ଲୋକଙ୍କ ପାଟିତୁଣ୍ଡ ଶୁଣିବା ପରେ ହାତୀ ପୁଣି ଜ˚ଗଲ ଭିତରକୁ ପଶିଯାଇଥିଲା।



from ଜିଲ୍ଲା – Sambad http://bit.ly/2rRv6hF

Post a Comment

0Comments
Post a Comment (0)