ବକ୍ସିଂ ଡେ’ ଟେଷ୍ଟ୍ ପୂର୍ବରୁ ନଜରରେ ମେଲବର୍ନ ପିଚ୍‌

zisanmohammad
0

ମେଲବର୍ନ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ ପୂର୍ବରୁ ସମସ୍ତଙ୍କ ନଜରରେ ରହିଛି ମେଲବର୍ନ ପିଚ୍‌। ଗତବର୍ଷର ମାନ୍ଦା ଆସେସ୍ ଟେଷ୍ଟ୍ ଅମୀମାଂସିତ ଫଳାଫଳକୁ ନେଇ ଆଇସିସି ଏହାକୁ ‘ଖରାପ’ ଆଖ୍ୟା ଦେଇଥିଲା। ସେହି ଦୃଷ୍ଟିରୁ ଏଥରର ପିଚ୍ ଉପରେ ସମସ୍ତଙ୍କ ନଜର। ଏଥର ଜୀବନ୍ତ ରହିବ ବୋଲି କିଛି ଭରସା ଦିଆଯାଇ ନାହିଁ। ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍‌ ଲାଙ୍ଗର କିନ୍ତୁ ଏଥରର ପିଚ୍‌କୁ ନେଇ ଢେର ଆଶାବାଦୀ। ବ୍ୟାଟ୍‌ ଓ ବଲ୍ ମଧ୍ୟରେ ଏହା ସନ୍ତୁଳନ ପ୍ରଦାନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପିଚ୍‌ ଉପରେ କିଛି ଘାସ ଥିବା ଭଲ କଥା। ମୁଁ ଏଠାରେ ଗତ ୬/୭ ବର୍ଷ ହେବ ସିଲ୍‌ଡ କ୍ରିକେଟ୍‌ ଖେଳି ଆସୁଛି। ଟେଷ୍ଟ୍‌ କ୍ରିକେଟ୍‌ ବି ଦେଖିଛି। ପିଚ୍ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ବ୍ୟାଟ୍‌ ଓ ବଲ୍ ମଧ୍ୟରେ ସନ୍ତୁଳନ ରହିଲେ ଟେଷ୍ଟ୍ କ୍ରିକେଟ୍ ବଞ୍ଚିବ। ବିଶ୍ବ କ୍ରିକେଟ୍ ପାଇଁ ଏହା ଭଲ ରହିବ। ଫ୍ଲାଟ ପିଚ୍‌ରେ ଖେଳିଲେ ଏହା ବିରକ୍ତିକର ଏବଂ ଟେଷ୍ଟ୍ କ୍ରିକେଟ୍‌କୁ‌ କେହି ଭଲ ପାଇବେ ନାହିଁ ବୋଲି ଲାଙ୍ଗର କହିଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ପଞ୍ଚମ ଦିନ ଫଳାଫଳ ବାହାରିଲେ ମଜା ଅଛି, ମୁଁ ଏହାକୁ ଭଲ ପାଏ ବୋଲି ଲାଙ୍ଗର ପ୍ରକାଶ କରିଛନ୍ତି।



from ଖେଳ – Sambad http://bit.ly/2Ta0Vhk

Post a Comment

0Comments
Post a Comment (0)