ପୁରୀରେ ଜାନୁଆରି ୧୯ରେ ଡଲଫିନ୍‌ ଗଣନା

zisanmohammad
0

ପୁରୀ :‌ ପୁରୀ ଜିଲ୍ଲାରେ ଜାନୁଆରି ୩ରେ ଓ ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଚିଲିକାରେ ଜାନୁଆରି ୫ରେ ପକ୍ଷୀଗଣନା ହେବ। ଜାନୁଆରି ୧୯ରେ ଡଲଫିନ୍ ଗଣନା କରାଯିବ। ଆଜି ଭୁବନେଶ୍ବର ପିସିସିଏଫଙ୍କ କାର୍ଯ୍ୟାଳୟରୁ ପୁରୀ ବନଖଣ୍ଡ ଅଧିକାରୀଙ୍କୁ ଏ ସଂପର୍କରେ ଚିଠି କରାଯାଇଛି। ପୁରୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି, ପ୍ରତିବର୍ଷ ଜିଲ୍ଲାର ୧୨ଟି ସ୍ପଟ୍‌ରେ ପକ୍ଷୀଗଣନା ହେଉଛି। ଯେଉଁଥିରେ ଚିଲିକା ବି ଅନ୍ତର୍ଭୁକ୍ତ। ୧୧ଟି ସ୍ପଟ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ବେଳେ ଗୋଟିଏ ସ୍ପଟ୍ ଚିଲିକାରେ ରହିଛି। ଜାନୁଆରି ୩ରେ ଜିଲ୍ଲାରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚିଲିକାରେ ଜାନୁଆରି ୫ ତାରିଖରେ ପକ୍ଷୀଗଣନା ହେବ। କିନ୍ତୁ ଡଲଫିନ୍ ଗଣନା ଗୋଟିଏ ଦିନରେ ଅନୁଷ୍ଠିତ ହେବ। ଜାନୁଆରି ୧୯ରେ ଡଲଫିନ୍ ଗଣନା ହେବାକୁ ଚୂଡ଼ାନ୍ତ ହୋଇଛି। ଚିଲିକାରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ପ୍ରାୟ ୬୫ କିଲୋମିଟର ତଟବର୍ତୀ ଅଞ୍ଚଳରେ ଡଲଫିନ୍ ଗଣନା ହେବ। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହେବେ। ଏଥି ପାଇଁ ଜାନୁଆରି ୨ ତାରିଖରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗତବର୍ଷ ୪/୫ଟି ସାମୁଦ୍ରିକ ଡଲଫିନ୍‌ର ସନ୍ଧାନ ମିଳିଥିଲା। ଗତବର୍ଷ ଗଣନା ବେଳେ ଚିଲିକାରେ ୧୧୪ଟି ଡଲଫିନ ଥିବା ଜଣାପଡ଼ିଥିଲା।



from ଜିଲ୍ଲା – Sambad http://bit.ly/2rSVBmM

Post a Comment

0Comments
Post a Comment (0)