
କୋଚି : କେରଳର ଏର୍ଣ୍ଣାକୁଲମରେ ଥିବା ଦକ୍ଷିଣ ରେଳ ଷ୍ଟେସନରେ ଜଣେ ଯୁବକ ଏକା ସାଙ୍ଗରେ ୩ଜଣ ମହିଳାଙ୍କ ସହ ଅସଦାଚରଣ କରିଥିବା ଖବର ମିଳିଛି । ଯୁବକଙ୍କ ଏହି ଅପରାଧର ଭିଡ଼ିଓ ଷ୍ଟେସନରେ ଟ୍ରେନ୍ ପାଇଁ ଅପେକ୍ଷା କରିଥିବା ଜଣେ ଯାତ୍ରୀ ତିଆରି କରିଥିବା ଜଣାପଡ଼ିଛି । ଏହି ଭିଡ଼ିଓଟି ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ପୁଲିସ ଖୋଜିବା ଆରମ୍ଭ କରିଛି ।
The Times of India
ସୂଚନା ମୁତାବକ,୩ ଜଣ ମହିଳା ଯାତ୍ରୀ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଯୁବକ ଜଣଙ୍କ ସେମାନଙ୍କ ପଛରେ ବସି ପଛପଟୁ ସେମାନଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିଥିଲେ । ମହିଳାମାନେ ଏ ବିଷୟରେ ଜାଣି ବିରୋଧ କରିବା ସମୟରେ ଯୁବକ ଜଣଙ୍କ କିଛି ନା କିଛି ବାହାନା କରି ଭୁଲବଶତଃ ହୋଇ ଯାଇଥିବା କହୁଥିଲେ । କେତେବେଳେ ପିଲା ଖେଳାଇବା ତ କେତେବେଳେ ବ୍ୟାଗ୍ ଉଠାଇବା ବାହାନାରେ ଯୁବକ ଜଣଙ୍କ ମହିଳାଙ୍କୁ ସ୍ପର୍ଶ କରୁଥିବା ଭିଡ଼ିଓ ପାଖରେ ବସିଥିବା ଜଣେ ଯାତ୍ରୀ ତିଆରି କରିଥିଲେ, ଯାହା ଏବେ ଭାଇରାଲ ହୋଇଛି ।
from ଅପରାଧ – Sambad https://ift.tt/2AAlqzc