ବାଲେଶ୍ୱର ପଦଯାତ୍ରୀଙ୍କୁ ସମ୍ବର୍ଧିିତ କଲେ ପିସିସି ସଭାପତି

zisanmohammad
0
ବାଲେଶ୍ୱର ପଦଯାତ୍ରୀଙ୍କୁ ସମ୍ବର୍ଧିିତ କଲେ ପିସିସି ସଭାପତି

ଭୁବନେଶ୍ୱର : ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଓ କୃଷକଙ୍କୁ ମାସିକ ଭତ୍ତା ପ୍ରଦାନ ଆଦି ଦାବିରେ ଜୁଲାଇ ୨୩ ତାରିଖରୁ ବାଲେଶ୍ୱର ଲୋକସଭା ଯୁବ କଂଗ୍ରେସ ସଭାପତି ଅରିଜିତ ଘୋଷାଲ୍‌ଙ୍କ ନେତୃତ୍ୱରେ ୮ଜଣ ଯୁବନେତା ଚନ୍ଦନେଶ୍ୱର ଶିବ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୧୨ ଦିନ ଧରି ପଦଯାତ୍ରା କରି ସେମାନେ ଭଦ୍ରକ, ଯାଜପୁର, କଟକ ଦେଇ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତିି। ସେହି ପଦଯାତ୍ରୀମାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ।

ଆଜି ଅପରାହ୍ନରେ ପଦଯାତ୍ରୀମାନେ ରାଜଭବନରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦୀର୍ଘ ୧୫ ମିନିଟ୍‌ ଧରି ସେମାନଙ୍କର ଦାବି ସଂପର୍କରେ ଆଲୋଚନା କରିଥିଲେ। କିନ୍ତୁ ରାଜ୍ୟପାଳଙ୍କୁ ସାକ୍ଷାତ୍‌ ହୋଇ ନପାରିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଦୀର୍ଘ ୧୨ ଦିନରେ ପ୍ରାୟ ୩୨୦ କି.ମି ବ୍ୟାପୀ ପଦଯାତ୍ରାର ବାର୍ତା ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନଙ୍କ ସହ ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀଙ୍କ ପାଇଁ ସମର୍ପିତ ବୋଲି କହିଥିଲେ ଶ୍ରୀ ଘୋଷାଲ୍‌। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ପଦଯାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସେମାନଙ୍କର ସମାଜ ପ୍ରତି ଥିବା ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଯୁବକମାରଣ ନୀତିର ପରିଣାମ ସ୍ୱରୂପ ରାଜ୍ୟବାସୀ ନାନା ଅସୁବିଧାର ସାମ୍ନା କରୁଥିବା ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ପଦଯାତ୍ରାରେ ରଞ୍ଜିତ୍‌ ପଣ୍ଡା, ଗୌତମ ସେଠୀ, ଅଜିତ କୁମାର ପୁହାଣ, ଜ୍ଞାନେନ୍ଦ୍ର ମହାନ୍ତି, ଅଜୟ କୁମାର ଦାସ, ସୁରେଶ ଜେନା, ଶଶୀକାନ୍ତ ଦାସ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ।



from ରାଜନୀତି – Sambad https://ift.tt/2OaoIuV

Post a Comment

0Comments
Post a Comment (0)