ଗେରୁଆ ରାଜନୀତି; ଧଳା ରଙ୍ଗର ଗାନ୍ଧୀ ପ୍ରତିମୂର୍ତ୍ତିକୁ ଗେରୁଆ କରିବା ଘଟଣାକୁ ନେଇ ୟୁପି ଗ୍ରାମରେ ଉତ୍ତେଜନା

zisanmohammad
0
ଗେରୁଆ ରାଜନୀତି; ଧଳା ରଙ୍ଗର ଗାନ୍ଧୀ ପ୍ରତିମୂର୍ତ୍ତିକୁ ଗେରୁଆ କରିବା ଘଟଣାକୁ ନେଇ ୟୁପି ଗ୍ରାମରେ ଉତ୍ତେଜନା

ଶାହାଜାହାନପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଥିବା ମାହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଗୁରୁବାର ରାତିରେ ଗେରୁଆ ରଙ୍ଗରେ ରଙ୍ଗୀନ୍‌ କରିଦେବା ଘଟଣାକୁ କେନ୍ଦ୍ର କରି ଉତ୍ତରପ୍ରଦେଶର ରାଜନୀତି ଆଜି ବେଶ୍‌ ସରଗରମ ହୋଇପଡ଼ିଛି। ଏବଂ ପୁଲିସ୍‌ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ଶାହଜାହାନପୁର ଜିଲ୍ଲା ଅନ୍ତର୍ଗତ ଢ଼ାକା ଘନଶ୍ୟାମପୁର ଗ୍ରାମରେ ଥିବା ମାହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିରେ କିଛି ଦୁର୍ବୃତ୍ତ ଗତ ଗୁରୁବାର ରାତିରେ ଗେରୁଆ ରଙ୍ଗ ବୋଳି ଦେଇଥିଲେ। ବିଗତ ପ୍ରାୟ ୩୦ ବର୍ଷ ଧରି ଗ୍ରାମର ମଧ୍ୟ ଭାଗରେ ମାହାତ୍ମା ଗାନ୍ଧୀଙ୍କର ଏହି ପ୍ରତିମୂର୍ତ୍ତିଟି ଧଳା ରଙ୍ଗରେ ଶୋଭା ପାଉଥିଲା। ତେବେ, ଆଜି ସକାଳୁ ଗ୍ରାମବାସୀମାନେ ଧଳା ରଙ୍ଗରେ ଶୋଭା ପାଉଥିବା ମାହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିଟି ରାତି ଅଧିଆ ଗେରୁଆ ରଙ୍ଗରେ ରଙ୍ଗୀନ୍‌ ହୋଇ ଯାଇଥିବା ଦେଖିବା ପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ଏବଂ ଏହି ଘଟଣା ପଛରେ ଶାସକ ବିଜେପି ଦଳର ହାତ ରହିଥିବା ଅଭିଯୋଗ କରି ଗ୍ରାମର ରାଜନୀତି ମଧ୍ୟ ସରଗରମ ହୋଇ ପଡ଼ିଥିଲା।


ଘଟଣା ସଂପର୍କରେ ଖବର ପାଇବା ପରେ ଅତିରିକ୍ତ ଜିଲ୍ଲାପାଳ ବାଚୁ ସିଂହ ସଂପୃକ୍ତ ଗ୍ରାମକୁ ଗସ୍ତ କରି ଉତ୍ୟକ୍ତ ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବାପରେ ଉତ୍ୟକ୍ତ ଜନତା ଶାନ୍ତ ପଡ଼ିଥିଲେ। ଏହା ପୂର୍ବରୁ ମଧ୍ୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଗେରୁଆ ରଙ୍ଗ କରାଯିବା ନେଇ ଅନୁରୂପ ବିବାଦ ସୃଷ୍ଟି ହୋଇଥିଲା।



from ରାଜନୀତି – Sambad https://ift.tt/2OanJuN

Post a Comment

0Comments
Post a Comment (0)