ନଦୀ ସଂଯୋଗୀକରଣ ପ୍ରସ୍ତାବ ଦେଲେ ନଗେନ୍ଦ୍ରଙ୍କ ସମେତ ୧୩ ଜଣ ସାଂସଦ

zisanmohammad
0
ନଦୀ ସଂଯୋଗୀକରଣ ପ୍ରସ୍ତାବ ଦେଲେ ନଗେନ୍ଦ୍ରଙ୍କ ସମେତ ୧୩ ଜଣ ସାଂସଦ

ନୂଆଦିଲ୍ଲୀ : ବିଜେଡି ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ୧୩ ଜଣ ସାଂସଦଙ୍କ ଦ୍ୱାରା ନଦୀ ସଂଯୋଗୀକରଣ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନିକଟରେ ଭିନ୍ନ ଭିନ୍ନ ପ୍ରସ୍ତାବ ଦାଖଲ କରାଯାଇଛି। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ୍‌ଙ୍କ ଦ୍ୱାରା ଲୋକସଭାରେ ଲିଖିତ ଉତ୍ତରରେ କୁହାଯାଇଛି ଯେ ୨୦୧୭ ଜାନୁଆରି ୧ରୁ ୧୩ ଜଣ ସାଂସଦଙ୍କ ଦ୍ୱାରା ନଦୀ ସଂଯୋଗୀକରଣ ପ୍ରସ୍ତାବ ଦିଆଯାଇଛି। ବିଜେଡି ସାଂସଦ ନଗେନ୍ଦ୍ରଙ୍କ ଦ୍ୱାରା ଚଳିତ ବର୍ଷ ମାର୍ଚ୍ଚ ୨୦ରେ ମହାନଦୀ (ହୀରାକୁଦ) ଓ ବ୍ରାହ୍ମଣୀ (ଟିକରା ଏବଂ ରେଙ୍ଗାଲୀ)ର ଜଳକୁ ପରସ୍ପର ସହ ଯୋଡ଼ିବା ସମ୍ପର୍କିତ ପ୍ରସ୍ତାବ ପଠାଯାଇଥିଲା। ତେବେ ଜାତୀୟ ଜଳ ବିକାଶ ଏଜେନ୍ସି ଦ୍ୱାରା ପ୍ରସ୍ତୁତ ପିଏଫ୍‌ଆର ଅନୁଯାୟୀ ବୈଷୟିକ ଆର୍ଥିକ ଦୃଷ୍ଟିରୁ ଏହି ପ୍ରସ୍ତାବ ବ୍ୟବହାର୍ଯ୍ୟ ନୁହେଁ ବୋଲି ଦର୍ଶାଯାଇଥିବା କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2AyRYcQ

Post a Comment

0Comments
Post a Comment (0)