ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବି : ଜରୁରୀ ସ୍ଥିତି ବେଳେ ଗିରଫ ବ୍ୟକ୍ତିଙ୍କୁ ପେନ୍‌ସନ୍‌ ଦିଆଯାଉ

zisanmohammad
0
ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବି : ଜରୁରୀ ସ୍ଥିତି ବେଳେ ଗିରଫ ବ୍ୟକ୍ତିଙ୍କୁ ପେନ୍‌ସନ୍‌ ଦିଆଯାଉ

ନୂଆଦିଲ୍ଲୀ : ୧୯୭୫ରେ ଦେଶରେ ଜରୁରୀ ସ୍ଥିତି ଘୋଷଣା ସମୟରେ ଅନେକ ନେତାଙ୍କ ଦ୍ୱାରା ଗଣତନ୍ତ୍ରକୁ ପୁନର୍ଜୀବିତ କରିବା ନେଇ ଆନ୍ଦୋଳନ ହୋଇଥିଲା। ସେ ସମୟରେ ନେତାମାନଙ୍କ ଆନ୍ଦୋଳନକୁ ଦମନ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲ୍‌କୃଷ୍ଣ ଆଡଭାନୀ, ଚନ୍ଦ୍ରଶେଖରଙ୍କ ଭଳି ନେତା ଆନ୍ଦୋଳନରେ ସାମିଲ ଥିବାବେଳେ ଦେଶର ଶହ ଶହ ଲୋକ ମଧ୍ୟ ଗଣତନ୍ତ୍ରକୁ ପୁନର୍ଜୀବିତ ପାଇଁ ଆହ୍ଵାନ ଦେଇ ସେ ସମୟରେ ଜେଲ୍‌ ଯାଇଥିଲେ। ଜରୁରୀ ସ୍ଥିତି ପରେ କିଛି ନେତା ବର୍ତ୍ତମାନ କ୍ଷମତାରେ ଅଛନ୍ତି। କିନ୍ତୁ ଅନେକ ଲୋକ ଯେଉଁମାନେ ସେ ସମୟରେ ଆନ୍ଦୋଳନ କରି ଜେଲ୍‌ ଯାଇଥିଲେ ସେମାନଙ୍କୁ ସରକାର ଭୁଲିଯାଇଛନ୍ତି। ସେମାନଙ୍କୁ ମାନ୍ୟତା ପ୍ରଦାନ ସହ ଆନ୍ଦୋଳନ କରି ଜେଲ୍‌ ଯାଇଥିବା ଗରିବ ଲୋକମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ଲାଗି ବର୍ତ୍ତମାନ ସରକାର ବିଚାର କରନ୍ତୁ ବୋଲି ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ଗୃହରେ ଦାବି କରିଥିଲେ। ଏତଦ୍‌ବ୍ୟତୀତ ସ୍ୱାଧୀନତା ସଂଗ୍ରାମୀଙ୍କ ପିଲାମାନଙ୍କୁ ଉପଯୁକ୍ତ ସହାୟତା ପାଇଁ ପ୍ରସନ୍ନ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜରୁରୀ ଘୋଷଣା ସମୟରେ ଦେଶରେ କେତେଜଣଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଥିଲା ସେ ସଂଖ୍ୟା ବାବଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ବାବଦରେ ବର୍ତ୍ତମାନ ସୁଦ୍ଧା ସରକାର ଉତ୍ତର ଦେଇ ପାରି ନଥିବାରୁ ପ୍ରସନ୍ନ କ୍ଷୋଭ ପ୍ରକାଶ କରିଥିଲେ।



from ଦେଶ- ବିଦେଶ – Sambad https://ift.tt/2AD4Q1R

Post a Comment

0Comments
Post a Comment (0)